ETV Bharat / bharat

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମୋଦି - ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମୋଦି

ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଇଦ-ଉଲ-ଜୁହାର ଶୁଭେଚ୍ଛା ଜଣାଇବା ପାଇଁ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଚଳିତ ବର୍ଷ ହେବାକୁ ଥିବା G-20 ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆ ଦ୍ବୀପ ଗସ୍ତରେ ଯିବାକୁ ଅପେକ୍ଷା କରିଥିବା ମୋଦି କହିଛନ୍ତି । ଅଧିକ ପଢ଼ନ୍ତୁ

pm modi writes letter to indonesia president
ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମୋଦି
author img

By

Published : Jul 11, 2022, 7:45 AM IST

ଜାକର୍ତ୍ତା: ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଇଦ-ଉଲ-ଜୁହାର ଶୁଭେଚ୍ଛା ଜଣାଇବା ପାଇଁ ବ୍ୟକ୍ତିଗତ ଭାବେ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଚଳିତ ବର୍ଷ ହେବାକୁ ଥିବା G-20 ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆ ଦ୍ବୀପ ଗସ୍ତରେ ଯିବାକୁ ଅପେକ୍ଷା କରିଥିବା ମୋଦି କହିଛନ୍ତି । ଇଣ୍ଡୋନେସିଆରେ ଥିବା ଭାରତୀୟ ଇସଲାମ ଧର୍ମାବଲମ୍ବୀଙ୍କୁ ବଳିଦାନ ପର୍ବର ଶୁଭେଚ୍ଛା ଜଣାଇଥିବା ନେଇ ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି ।

  • The Hon’ble Prime Minister of India H.E. Shri Narendra Modi through a personal letter to H.E. Joko Widodo, the Hon’ble President of the Republic of Indonesia, extended, on his own behalf & the people of India, warm greetings on the occasion of the holy festival of Eid Al Adha. pic.twitter.com/jidEg6yrEM

    — India in Indonesia (@IndianEmbJkt) July 10, 2022 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ମୋଦି ମାନବିକତା ସେବାରେ ସମସ୍ତଙ୍କ ମଧ୍ୟରେ ଶାନ୍ତି, ସୌହାର୍ଯ୍ୟ ଏବଂ ଭାତୃଭାବ ଜାଗ୍ରତ ପାଇଁ ପ୍ରାର୍ଥନା କରିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଡିସେମ୍ବରରେ ଇଣ୍ଡୋନେସିଆରେ G-20 ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏଥିରେ ସାମିଲ ହେବାକୁ ମୋଦି ଅପେକ୍ଷା କରିଥିବା କହିଛନ୍ତି । 2018ରେ ଗଣତନ୍ତ୍ର ଦିବସ ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ ଆମନ୍ତ୍ରିତ ହୋଇଥିଲେ । ଚଳିତ ବର୍ଷ G7 ଶିଖର ସମ୍ମିଳନୀରେ ଉଭୟ ନେତା ସାକ୍ଷାତ ହୋଇଥିଲା । ଇଣ୍ଡୋନେସିଆ ହେଉଛି ଭାରତର ଦ୍ବିତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । 2020ରୁ 21ରେ ଉଭୟ ଦେଶ ମଧ୍ୟରେ 26 ବିଲିୟନ ଡଲାରରୁ ଉର୍ଦ୍ଧ୍ବ ଦ୍ବିପାକ୍ଷିକ ବାଣିଜ୍ୟ ହୋଇଛି । କୁହାଯାଏ ଯେ ଇଣ୍ଡୋନେସିଆର ଲୋକକଳା ପାଇଁ ରାମାୟଣ ଏବଂ ମହାଭାରତ ମୁଖ୍ୟ ପ୍ରେରଣା । ଏହି ଦେଶରେ ପ୍ରାୟ 8,500 ପ୍ରବାସୀ ଭାରତୀୟ ରହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.