ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଆଜି 87 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ବାର୍ତ୍ତା ଜଣାଇଥିବା ନିଜେ ଟ୍ବିଟରେ ସୂଚନା ଦେଇଛନ୍ତି ।
-
Conveyed 87th birthday greetings to His Holiness the @DalaiLama over phone earlier today. We pray for his long life and good health.
— Narendra Modi (@narendramodi) July 6, 2022 " class="align-text-top noRightClick twitterSection" data="
">Conveyed 87th birthday greetings to His Holiness the @DalaiLama over phone earlier today. We pray for his long life and good health.
— Narendra Modi (@narendramodi) July 6, 2022Conveyed 87th birthday greetings to His Holiness the @DalaiLama over phone earlier today. We pray for his long life and good health.
— Narendra Modi (@narendramodi) July 6, 2022
ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମାଙ୍କର ଜନ୍ମଦିନ ସାରା ବିଶ୍ବର ବିଭିନ୍ନ ଭାଗରେ ପାଳନ କରାଯାଉଛି । ହିମାଚଳ ପ୍ରଦେଶର ଧର୍ମଶାଳାରେ କେନ୍ଦ୍ରୀୟ ତିବ୍ବତୀୟ ପ୍ରଶାସନ (CTA) ପକ୍ଷରୁ ମଧ୍ୟ ବିଶେଷ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ବୌଦ୍ଧ ଧର୍ମାବଲମ୍ବୀ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଏହି ଅବସରରେ ଦଲାଇଲାମାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ।
-
Warm wishes to His Holiness @DalaiLama on birthday. May you be blessed with good health and long life, spreading love, compassion and peace across the world. pic.twitter.com/CR6K3ce5zh
— Naveen Patnaik (@Naveen_Odisha) July 6, 2022 " class="align-text-top noRightClick twitterSection" data="
">Warm wishes to His Holiness @DalaiLama on birthday. May you be blessed with good health and long life, spreading love, compassion and peace across the world. pic.twitter.com/CR6K3ce5zh
— Naveen Patnaik (@Naveen_Odisha) July 6, 2022Warm wishes to His Holiness @DalaiLama on birthday. May you be blessed with good health and long life, spreading love, compassion and peace across the world. pic.twitter.com/CR6K3ce5zh
— Naveen Patnaik (@Naveen_Odisha) July 6, 2022
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ନବୀନ । ଦଲାଇଲାମା ବିଶ୍ବରେ ଶାନ୍ତି ଓ ପ୍ରେମ ବାଣ୍ଟନ୍ତୁ ବୋଲି କହିଛନ୍ତି ନବୀନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ