ଭୁବନେଶ୍ୱର: କଟକରେ ଆଜି ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ଆଜି ସଂଧ୍ୟାରେ କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟନୀ ସମାରୋହ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହି ଆୟୋଜନ କ୍ରୀଡା ମନୋଭାବକୁ ବୃଦ୍ଧି କରିବ ବୋଲି ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ।
-
As the 2023 Hockey World Cup commences in Odisha, my best wishes to all the participating teams. May this tournament further strengthen the spirit of sportsmanship and may it further popularise the beautiful game of Hockey. India is proud to be hosting this tournament.
— Narendra Modi (@narendramodi) January 11, 2023 " class="align-text-top noRightClick twitterSection" data="
">As the 2023 Hockey World Cup commences in Odisha, my best wishes to all the participating teams. May this tournament further strengthen the spirit of sportsmanship and may it further popularise the beautiful game of Hockey. India is proud to be hosting this tournament.
— Narendra Modi (@narendramodi) January 11, 2023As the 2023 Hockey World Cup commences in Odisha, my best wishes to all the participating teams. May this tournament further strengthen the spirit of sportsmanship and may it further popularise the beautiful game of Hockey. India is proud to be hosting this tournament.
— Narendra Modi (@narendramodi) January 11, 2023
ପ୍ରଧାନମନ୍ତ୍ରୀ ନିଜ ଟ୍ବିଟରେ କହିଛନ୍ତି, ‘‘2023 ହକି ବିଶ୍ବକପ ଓଡିଶାରେ ଆୟୋଜିତ ହେଉଛି । ଏଥିରେ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମୋର ଶୁଭେଚ୍ଛା । ଏହି ଆୟୋଜନ କ୍ରୀଡା ମନୋଭାବକୁ ଆହୁରି ବୃଦ୍ଧି କରିବ । ସେହିପରି ହକିର ଲୋକପ୍ରିୟତାକୁ ମଧ୍ୟ ଏହି ଆୟୋଜନ ଆହୁରି ବଢାଇବ । ଭାରତରେ ଏପରି ଆୟୋଜନ ପାଇଁ ଆମେ ଗର୍ବିତ ।’’
13ରୁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଖେଳାଯିବା ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଏହାର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଜାରି ରହିଛି । ଏହି ମ୍ୟାଚରେ 16ଟି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
ଆଜି ସଂଧ୍ୟାରେ ଜାରି ରହିଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅଂଶଗ୍ରହଣ କରିଛନ୍ତି । ସେହିପରି ଇଣ୍ଟରନ୍ୟାସନାଲ ହକି ଫେଡେରେସନର ସଭାପତି, ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଦିଲ୍ଲୀପ ତିର୍କୀ ପ୍ରମୁଖ ମଧ୍ୟ ସାମିଲ ରହିଛନ୍ତି । ସେହିପରି ଉଦଘାଟନୀ ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଛି । ବଲିଉଡ କଳାକାର ରଣଭୀର ସିଂ, ଦୀଶା ପଟାନୀ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଓ ଅନ୍ୟ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଛନ୍ତି । ପ୍ରାୟ 35ହଜାର ଦର୍ଶକ ଏହି ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ଓଡିଶାର କଳା ସଂସ୍କୃତିକୁ ନେଇ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବା ପରେ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
2018ରେ ମଧ୍ୟ ଓଡିଶା ସଫଳତାର ସହ ହକି ବିଶ୍ବକପ ଆୟୋଜନ କରିଥିଲା । କେବଳ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଥର ପାଇଁ ଓଡିଶା ଚଳିତବର୍ଷ ପୁଣି ହକି ବିଶ୍ବକପର ଆୟୋଜନ ଭାର ଗ୍ରହଣ କରିଛି ଓଡିଶା । 1982, 2010 ଓ 2018 ଓ ଚଳିତଥରକୁ ମିଶାଇ ମୋଟ 4ଥର ଭାରତ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଗ୍ରହଣ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ