ETV Bharat / bharat

ଆଜି ପ୍ରାକୃତିକ କୃଷି କନକ୍ଲେଭରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ - ଗୁଜୁରାଟର ପ୍ରାକୃତିକ କୃଷି କନକ୍ଲେଭ

ଗୁଜୁରାଟର ଏକ ପ୍ରାକୃତିକ କୃଷି କନକ୍ଲେଭରେ ଆଜି(ରବିବାର) ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi will address Gujarat's natural farming conclave)। ଅଧିକ ପଢନ୍ତୁ

ପ୍ରାକୃତିକ କୃଷି କନକ୍ଲେଭରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

author img

By

Published : Jul 10, 2022, 7:10 AM IST

ଗାନ୍ଧୀନଗର: ଗୁଜରାଟର ଏକ ପ୍ରାକୃତିକ କୃଷି କନକ୍ଲେଭରେ ଆଜି(ରବିବାର) ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi will address Gujarat's natural farming conclave) । ପୂର୍ବାହ୍ନ ୧୧ଟା ୩୦ରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେଇ ଉଦବୋଧନ ଦେବେ । ଗୁଜୁରାଟର ସୁରଟ ଠାରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ପ୍ରାକୃତିକ କୃଷିକୁ ଆପଣାଇ ସଫଳତା ପାଇଥିବା ହଜାର ହଜାର ଚାଷୀ ଅଂଶ ଗ୍ରହଣ କରିବେ । ଏହାସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ ।

ଏହି ସମ୍ମିଳନୀରେ ବିଶେଷ କରି ପ୍ରାକୃତିକ ପ୍ରଣାଳୀରେ ଚାଷବାସ କରିବା ଉପରେ ଆଲୋଚନା କରାଯିବ । ଏହାଛଡା ପ୍ରାକୃତିକ ପ୍ରଣାଳୀରେ ଚାଷ କଲେ କି ପ୍ରକାର ଲାଭ ହୁଏ ସେ ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସୂଚନା ଦିଆଯିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ଗତ ମାର୍ଚ୍ଚ ମାସରେ ପ୍ରତି ଗ୍ରାମ ପଞ୍ଚାୟତରୁ ଅତିକମ୍‌ରେ ୭୫ ଚାଷୀ ଚିହ୍ନଟ କରି ପ୍ରାକୃତିକ କୃଷି ଆପଣାଇବା ସହ ପ୍ରୋତ୍ସାହିତ କରିଥିଲେ ମୋଦି ।

ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୁରଟରେ କୃଷକ ଗୋଷ୍ଠୀ, ନିର୍ବାଚିତ ପ୍ରତିନିଧୀ, କୃଷି ଉତ୍ପାଦ ବିପଣନ ସମିତି (APMC), ସମବାୟ ସମିତି, ବ୍ୟାଙ୍କ ଆଦିକୁ ସମ୍ବେଦନଶୀଳ ତଥା ପ୍ରୋତ୍ସାହିତ କରିବାକୁ ମିଳିତ ଓ ସମନ୍ୱିତ ପ୍ରୟାସ ହୋଇଥିଲା । ଫଳସ୍ୱରୂପ, ପ୍ରତି ଗ୍ରାମ ପଞ୍ଚାୟତରୁ ଅତିକମ୍‌ରେ ୭୫ ଚାଷୀ ଚିହ୍ନଟ କରି ସେମାନଙ୍କୁ ପ୍ରାକୃତିକ କୃଷି ଆପଣାଇବା ପାଇଁ ପ୍ରୋତ୍ସାହିତ ଓ ପ୍ରଶିକ୍ଷଣ ଦିଆଯାଇଥିଲା । ଚାଷୀମାନଙ୍କୁ ୯୦ଟି ଭିନ୍ନ ଭିନ୍ନ ଗୋଷ୍ଠୀରେ ପ୍ରଶିକ୍ଷଣ ଦିଆଯାଇଥିଲା । ଫଳରେ ଜିଲ୍ଲାର ସମୁଦାୟ ୪୧ ହଜାରରୁ ଅଧିକ ଚାଷୀଙ୍କୁ ପ୍ରଶିକ୍ଷିତ କରାଯାଇପାରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.