ETV Bharat / bharat

ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 22, 2023, 9:56 PM IST

31ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । 29ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ବୈଠକ । ଫେବୃଆରୀ ପହିଲାରେ ମୋଦି ସରକାରଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ
ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀ ମଣ୍ଡଳ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ଚଳିତବର୍ଷ ସଂସଦର ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ 31ରେ ଅଧିବେଶନ ଆରମ୍ଭ ହେଉଥିବା ବେଳେ 29 ତାରିଖରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବାକୁ ଥିବା ବେଳେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଦ୍ବିତୀୟ ପାଳି ସରକାର କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ପୂର୍ବରୁ ଏହି ବୈଠକ ଡକାଯାଇଥିବାରୁ ଏହାକୁ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଇଛି । ସଂସଦର ବଜେଟ ଅଧିବେଶନ ଚଳିତମାସ 31ରୁ ଆରମ୍ଭ ହେବାକୁ ଯାଉଛି । ବର୍ଷ 2023ର ପ୍ରଥମ ସଂସଦ ଅଧିବେଶନ ହୋଇଥିବା କାରଣରୁ ପ୍ରଥମ ଦିବସରେ ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଦ୍ବିତୀୟ ଦିବସ ତଥା ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । 2024 ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ବଜେଟ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ହେବାକୁ ଯାଉଛି ।

ଶେଷ ବଜେଟର ରୂପ ରେଖକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି । ଏହି ବଜେଟର ପ୍ରଭାବ ଭାରତୀୟ ବଜାର ସହ ନିର୍ବାଚନରେ ମଧ୍ୟ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ବଜେଟରେ ସମସ୍ତ ଦିଗକୁ ଦୃଷ୍ଟି ଦେବାକୁ ସରକାର ପ୍ରୟାସ କରିବେ । ତେଣୁ ବଜେଟ ପୂର୍ବରୁ ଏହି କେନ୍ଦ୍ର ମନ୍ତ୍ରୀମଣ୍ଡଳର ଏହି ବୈଠକକୁ ବେଶ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ବଜେଟ ଅଧିବେଶନକୁ ନେଇ ଦଳୀୟ ମନ୍ତ୍ରୀଙ୍କୁ କିଛି ନିର୍ଦ୍ଦେଶ ତଥା ପରାମର୍ଶ ମଧ୍ୟ ଦେଇପାରନ୍ତି ।

ବଜେଟ ବ୍ୟତୀତ ଏହି ବୈଠକରେ ଭାରତର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-20 ସମ୍ମିଳନୀ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହେବାର ସୂଚନା ରହିଛି । ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀରେ ଜି-20 ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ଅନ୍ୟ କିଛି ନିମନ୍ତ୍ରିତ ରାଷ୍ଟ୍ର ଓ ଆଇଏମଏଫ, ବିଶ୍ବବ୍ୟାଙ୍କ ପରି ଅନ୍ତର୍ଜାତୀୟ ଅନୁଷ୍ଠାନର କର୍ମତର୍ତ୍ତା ମଧ୍ୟ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି । ଏହି ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ଓ ପ୍ରଭାବୀ କାର୍ଯ୍ୟକାରିତା ନେଇ ମନ୍ତ୍ରୀମଣ୍ଡଳ ବୈଠକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.