ETV Bharat / bharat

PM Kisan Samman Nidhi Yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ 17 ହଜାର କୋଟି ଟଙ୍କା

author img

By

Published : Jul 27, 2023, 9:48 AM IST

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 8 କୋଟିରୁ ଊର୍ଦ୍ଧ୍ବ ଚାଷୀଙ୍କୁ 17 ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ଅଧିକ ପଢନ୍ତୁ

Kisan Samman Nidhi 14th Installment
Kisan Samman Nidhi 14th Installment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଜି (ଜୁଲାଇ27) 14ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କିସ୍ତି ବାବଦକୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରାୟ 17 ହଜାର କୋଟି ଟଙ୍କା ପଠାଯିବ । ରାଜସ୍ଥାନର ସିକରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବା ନେଇ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ସାଢେ ଆଠ କୋଟି କୃଷକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ-PM Kisan Samman Nidhi Yojana: 10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି

ଆଜି 14 ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଯିବା ପରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିବା ମୋଟ ଜମାରାଶି 2.59 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଏହି ଆର୍ଥିକ ସହାୟତା କୃଷକମାନଙ୍କୁ ସେମାନଙ୍କର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । ଜମିଜମା ଥିବା ଦେଶର ସମସ୍ତ କୃଷକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ 11 କୋଟିରୁ ଅଧିକ ଚାଷୀଙ୍କୁ ଏହି ଯୋଜନା ଅଧିନରେ 2.42 ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଆଜି ଆୟୋଜିତ କାର୍ଯ୍ୟକ୍ରମରେ 1.25 ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (PMKSKs) ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-KISAN) ଫେବୃଆରୀ 24, 2019ରେ ଶୁଭାରମ୍ଭ ହୋଇଥିଲା । ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ବାର୍ଷିକ 6000 ଟଙ୍କା ଆର୍ଥିକ ଲାଭ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ବର୍ଷକୁ 3ଟି କିସ୍ତିରେ ହିତାଧିକାରୀଙ୍କ ଆକାଉଣ୍ଟକୁ 2 ହଜାର ଲେଖାଏଁ ମୋଟ 6 ହଜାର ଟଙ୍କା ପଠାଯାଉଛି । ଏହି ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୁଏ ।

ଏହା ମଧ୍ୟ ପଢନ୍ତୁ-ମେ’ ୩୧ରେ ମିଳିବ PM-KISAN ୧୧ କିସ୍ତି

ଚଳିତ ବର୍ଷ ଫେବୃଆରୀ ମାସରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 13 ତମ କିସ୍ତି ପ୍ରଦାନ କରାଯାଇଥିଲା । 8 କୋଟିରୁ ଊର୍ଦ୍ଧ୍ବ ଚାଷୀଙ୍କୁ 16,800 କୋଟି ଟଙ୍କା ପ୍ରଦାନ କରାଯାଇଥିଲା । 2022 ମେ ମାସରେ ସିମଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ 11 ତମ କିସ୍ତିରେ 21 ହଜାର କୋଟିରୁ ଅଧିକ ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଅକ୍ଟୋବର ମାସରେ 12ତମ କିସ୍ତି ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.