ETV Bharat / bharat

ଶନିବାର ମୋଦିଙ୍କ 2 ସହର ଗସ୍ତ, ଭ୍ୟାକ୍ସିନ ନେଇ କରିବେ ସମୀକ୍ଷା

author img

By

Published : Nov 27, 2020, 6:16 PM IST

Updated : Nov 27, 2020, 10:47 PM IST

କୋରୋନା ଟୀକା ପ୍ରସ୍ତୁତିର ତଦାରଖ ପାଇଁ ଶନିବାର ହାଇଦ୍ରାବାଦ ଓ ଅହମଦାବାଦ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଶନିବାର ମୋଦିଙ୍କ 3 ସହର ଗସ୍ତ, ଭ୍ୟାକ୍ସିନର କରିବେ ବ୍ୟକ୍ତିଗତ ସମୀକ୍ଷ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ମଧ୍ୟରେ ଭ୍ୟାକ୍ସିନ ଉପରେ ଅଟକିଛି ସମସ୍ତଙ୍କ ନଜର । ଭ୍ୟାକ୍ସିନ ପ୍ରସ୍ତୁତରେ ଲାଗିଛନ୍ତି ଅନେକ ଭାରତୀୟ କମ୍ପାନୀ । ତେବେ ଏପରିସ୍ଥିତିରେ ଭାରତରେ ପ୍ରସ୍ତୁତ ହେଉଥିବା କୋରୋନା ଭ୍ୟାକ୍ସିନର ସମୀକ୍ଷା କରିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କୋରୋନା ଟୀକା ପ୍ରସ୍ତୁତିର ତଦାରଖ ପାଇଁ ଶନିବାର ହାଇଦ୍ରାବାଦ ଓ ଅହମଦାବାଦ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ନେଇ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ ଶନିବାର ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଗସ୍ତ କରିଥାନ୍ତେ ମୋଦି । ହେଲେ ତାଙ୍କ ଗସ୍ତରେ କିଛିଟା ପରିବର୍ତ୍ତନ ହୋଇଛି । ମୋଦି ହାଇଦ୍ରାବାଦ ଯିବେ, ଯେଉଁଠାରେ ଭାରତ ବାୟୋଟେକର ଅଫିସ ରହିଛି । ଆଇସିଏମଆର ସହ ମିଶି କୋଭାକ୍ସିନ ନାଁରେ ସ୍ବଦେଶୀ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିଛି ଭାରତ ବାୟୋଟେକ ।

ହାଇଦ୍ରାବାଦ ପରେ ଅହମଦାବାଦ ଯାଇପାରନ୍ତି ପ୍ରଧାନମନ୍ତ୍ରୀ । ଅହମଦାବାଦରେ ଜାୟଡସ କାଡିଲାର ଫେଲିସିଟି ରହିଛି । ଏଠାରେ ପ୍ରସ୍ତୁତ ହେଉଛି ZyCov-D ଭ୍ୟାକ୍ସିନ । ଏହା ଏବେ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି । ତେବେ ପ୍ରଧାନମନ୍ତ୍ରୀ ନିଜେ ଏହାର ତଦାରଖ କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି କୋରୋନା ବିରୋଧରେ ଜାରି ଯୁଦ୍ଧରେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପ୍ରବେଶ କରିସାରିଛି ଭାରତ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଟୀକା ପ୍ରସ୍ତୁତକାରୀ କମ୍ପାନୀଗୁଡିକୁ ଯାଇ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ ।

Last Updated : Nov 27, 2020, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.