ETV Bharat / bharat

ଆଜି ଉତ୍ତର-ପୂର୍ବାଞ୍ଚଳରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Dec 18, 2022, 8:51 AM IST

ଆଜି ତ୍ରିପୁରା ଓ ମେଘାଳୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଗସ୍ତ ସମୟରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ମୋଦି । ଏଧିକ ପଢନ୍ତୁ

pm modi visit Meghalaya and Tripura
pm modi visit Meghalaya and Tripura

ନୂଆଦିଲ୍ଲୀ: ଆଜି ତ୍ରିପୁରା ଓ ମେଘାଳୟ ଗସ୍ତରେ ଯାଇ ୬ହଜାର ୮ଶହରୁ ଊର୍ଦ୍ଧ୍ବ କୋଟି ଟଙ୍କାର ପ୍ରକଳ୍ପର ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ । ଗୃହ, ସଡକ, କୃଷି, ଟେଲିକମ୍, ଆଇଟି, ପର୍ଯ୍ୟଟନ ଏବଂ ହସ୍ପିଟାଲିଟି ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏଥି ସହ ସିଲଂରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସ୍ବର୍ଣ୍ଣିମ ଜୟନ୍ତୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । 1972 ନଭେମ୍ବର 7 ତାରିଖରେ ଏହି ପରିଷଦକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ''ଉତ୍ତରପୂର୍ବାଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଉତ୍ତର ପୂର୍ବାଞ୍ଚଳ ପରିଷଦର(North East Council ) ମୁଖ୍ୟ ଭୂମିକା ରହିଛି । ଏଥି ସହ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟକୁ ମଧ୍ୟ ଏନଇସି ସମର୍ଥନ କରିଛି''।

ଆଜି ସକାଳ ୧୦ଟା ୩୦ ସମୟରେ ସିଲଂରେ ଥିବା ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ହେବାକୁ ଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ପରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ପ୍ରାୟ 2450 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିସହ 4Gଜି ମୋବାଇଲ ଟାଓ୍ବାର ଉତ୍ସର୍ଗ କରିବେ ମୋଦି । ବର୍ତ୍ତମାନ ସୁଦ୍ଧା 320 ରୁ ଅଧିକ ଟାଓ୍ବାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ 890ଟି ଟାଓ୍ବାରର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ହାତାହାତି ହେଲେ YSRCP ଓ TDP ଦଳର କର୍ମୀ, ଜାଳି ଦଲେ କାର ସହ କାର୍ଯ୍ୟାଳୟ

ଉମସୱାଲିରେ ଆଇଆଇଏମ ସିଲଂର ଏକ ନୂଆ କ୍ୟାମ୍ପସ, ଶୀଲଙ୍ଗ-ଡିଏଙ୍ଗପାସୋ ଓ ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ଚାରୋଟି ସଡକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଛତୁ ଉତ୍ପାଦନକାରୀଙ୍କ ପାଇଁ ସ୍ପନ୍ ଲାବୋରେଟୋରୀ ଓ ଛତୁ ଉତ୍ପାଦନ କେନ୍ଦ୍ରର ଉଦଘାଟନ କରିବେ । ମିଜୋରାମ, ମଣିପୁର, ତ୍ରିପୁରା ଏବଂ ଆସାମରେ 21ଟି ହିନ୍ଦୀ ଲାଇବ୍ରେରୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

For All Latest Updates

TAGGED:

etv bharat
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.