ETV Bharat / bharat

22ରେ ପିଏମ ମୋଦିଙ୍କ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ

author img

By

Published : Feb 20, 2021, 4:14 PM IST

ଫେବୃୟାରୀ 22 ତଥା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଅବସରରେ ପିଏମ ମୋଦି ଦେଶ ଉଦ୍ଦେଶ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ । ଅଧିକ ପଢନ୍ତୁ...

PM Modi
22ରେ ପିଏମ ମୋଦିଙ୍କ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ

ନୂଆଦିଲ୍ଲୀ: ଆସନ୍ତା 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ । ଏହି ଅବସରରେ ପିଏମ ମୋଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଦେଶକୁ ଉତ୍ସର୍ଗ କରି ଉଦଘାଟନ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବୃୟାରୀ 22 ତଥା ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ । ଏହି ଗସ୍ତରେ ପିଏମ ମୋଦି ଦେଶ ଉଦ୍ଦେଶ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦି ଆସାମରେ ଧୀମାଜିରେ ତୈଳ ଓ ପ୍ରାକୃତିକ ଗ୍ୟାସର ଏକ ବୃହତ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେହିପରି ଏହାପରେ ସେଠାରୁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରିବେ । ପଶ୍ଚିମବଙ୍ଗର ହୁଗୁଳିରେ ରେଳ ବିଭାଗର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଦେଶର ବିକାଶରେ ରେଳବାଇର ଭୂମିକା ବିଷୟରେ ଓ ଏହାର ଆବଶ୍ୟକତା ବିଷୟରେ କହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆସାମ ଓ ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନାଥାଉକି ଆସାମ ଓ ପଶ୍ଚିମବଙ୍ଗରେ ଚଳିତ ବର୍ଷ ଏପ୍ରିଲ ଓ ମେ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ଆସାମ ଓ ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ଉଷ୍ଣତା ବଢିବାରେ ଲାଗିଛି । ସୂଚନାଥାଉକି ଦୁଇଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.