ETV Bharat / bharat

ବଦଳିବ ବାରଣାସୀର ରୂପରେଖ, ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦି

author img

By ETV Bharat Odisha Team

Published : Sep 23, 2023, 10:50 PM IST

ବାରଣାସୀକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । 450 କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ବହୁମୁଖୀ ବାରଣାସୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିମୟର କଲେ ଶିଳାନ୍ୟାସ । ଅଧିକ ପଢନ୍ତୁ

International Cricket Stadium
International Cricket Stadium

ବାରଣାସୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦି

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାରଣାସୀ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦି 450 କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ବାରଣାସୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ଷ୍ଟାଡିୟମରେ 50ରୁ ଅଧିକ କ୍ରୀଡ଼ା ଲାଗି ସୁବିଧା ରହିବ । ଏହା ଦେଶର ପ୍ରଥମ ବହୁମୁଖୀ ଷ୍ଟାଡିୟମ ହେବାକୁ ଯାଉଛି ବୋଲି ମୋଦି କହିଛନ୍ତି । ଏହାସହିତ କାଶୀ ଯୁବ କ୍ରୀଡାବିତଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବେଶ ପ୍ରଶଂସା କରିଛନ୍ତି । ଏମାନେ ସାରା ଦେଶରେ ନିଜର ଉତ୍ତମ ପ୍ରଦର୍ଶନ ମାଧ୍ୟମରେ ନାଁ କରିଥିବା ମୋଦି କହିଛନ୍ତି ।

International Cricket Stadium
ବାରଣାସୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ

ଏହି ଷ୍ଟାଡିୟମରେ 30 ହଜାରରୁ ଅଧିକ ଲୋକ ବସିବା ଲାଗି ବ୍ୟବସ୍ଥା ରହିବ । ଏହି ଷ୍ଟାଡିୟମ କେବଳ ପୂର୍ବାଞ୍ଚଳ ନୁହେଁ, ବରଂ ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଲାଗି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସହିତ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, କପିଳ ଦେବ ପ୍ରମୁଖ ଉପସ୍ଥିତ ରହିଥିଲେ । ସଚିନ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟିମ ଇଣ୍ଡିଆର ଏକ ଜର୍ସି ଉପହାର ଦେଇଥିବା ଦେଖିବାକୁ ମିଳିଛି ।

International Cricket Stadium
ବାରଣାସୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ

'କ୍ରୀଡା ପାଇଁ ପ୍ରମୁଖ କେନ୍ଦ୍ର ବାରଣାସୀ':- କ୍ରିକେଟ ଓ ଅନ୍ୟାନ୍ୟ କ୍ରୀଡା ପାଇଁ ବାରାଣାସୀକୁ ସର୍ବଦା ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଭାବରେ ବିବେଚନା କରାଯାଏ । କ୍ରୀଡ଼ାପ୍ରେମୀ ଏବଂ ପୁର୍ବାଞ୍ଚଳର କ୍ରୀଡାବିତଙ୍କ ପାଇଁ ଯୁବପୀଢି ସର୍ବଦା ବାରଣାସୀକୁ ତାଲିମ ପାଇଁ ଆସିଥାନ୍ତି । ଏହାପୂର୍ବରୁ ସିଗରା ଷ୍ଟାଡିୟମ, ଲାଲପୁର ଷ୍ଟାଡିୟମ ବନାରସ ଏବଂ ପୂର୍ବାଞ୍ଚଳ ଖେଳାଳିଙ୍କୁ ଆଗକୁ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖାଲି କ୍ରିକେଟ୍ ନୁହେଁ ବରଂ ବାରଣାସୀରୁ ମହାନ ହକି କ୍ରୀଡାବିତ ମଧ୍ୟ ବାହାରିଛନ୍ତି। ଏମାନଙ୍କ ମଧ୍ୟରୁ ମହମ୍ମଦ ଶାହିଦ, ବିବେକ ସିଂଙ୍କ ସମେତ ଅନେକ ବଡ ନାମ ଅନ୍ତର୍ଭୁକ୍ତ । ଏହାବାଦ ବାସ୍କେଟବଲରେ ପ୍ରଶାନ୍ତ ସିଂ ଏବଂ ତାଙ୍କ ଭଉଣୀମାନେ ସମଗ୍ର ବିଶ୍ବରେ ଭାରତକୁ ଗୌରବାନ୍ବିତ କରିଥିବା ମୋଦି କହିଛନ୍ତି।

International Cricket Stadium
ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦି

'ଷ୍ଟାଡିୟମ ଅଭାବ ଚିନ୍ତାର ବିଷୟ ଥିଲା':- ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଦେଶରେ ଦିନକୁ ଦିନ କ୍ରିକେଟ କ୍ରେଜ୍‌ ବଢିବାରେ ଲାଗିଛି । ଏପରି ସ୍ଥିତିରେ ଷ୍ଟାଡିୟମ ଓ ତାଲିମ କେନ୍ଦ୍ରର ଅଭାବ ଏକ ଚିନ୍ତାର ବିଷୟ ଥିଲା । ଏଥିଲାଗି କ୍ରୀଡାବିତମାନେ ମଧ୍ୟ ବେଶ ଚିନ୍ତାଗ୍ରସ୍ତ ରହୁଥିଲେ । ବାରଣାସୀର ଏହି କ୍ରିକେଟ ଷ୍ଟାଡିୟମରେ 9ଟି ପିଚ୍ ରହିବ । ଯେଉଁଥିରେ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଖେଳିବା ଲାଗି 3ଟି ପିଚ୍ ଓ ବାକି 6ଟି ପିଚ୍‌ରେ ରଣଜୀ ଓ ଅଭ୍ୟାସ କ୍ରିକେଟ ମ୍ୟାଚ୍‌ ଖେଳାଯିବ ।

ଏହା ବି ପଢନ୍ତୁ- ଆଜି ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

International Cricket Stadium
ବଦଳିବ ବାରଣାସୀର ରୂପରେଖ

ଏହି ଷ୍ଟାଡିୟମ ଡମରୁ ଆକୃତିର ରହିବ । ଏହାର ବାହାର ପାର୍ଶ୍ବ ବେଲପତ୍ର ଆକୃତିର ଡିଜାଇନର ରହିବ । ଏହାସହିତ ଫ୍ଲଡ ଲାଇଡ ତ୍ରିଶୂଳ ଆକାରର ରହିବ । ଷ୍ଟାଡିୟମର ସବୁଠାରୁ ବଡ ଲାଭ ବାରଣାସୀ ଏବଂ ଉତ୍ତରପ୍ରଦେଶର ଅର୍ଥନୀତିକୁ ମିଳିବ । କାରଣ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଷ୍ଟାଡିୟମ ନିର୍ମାଣ ହେବା ପରେ ଏଠାରେ ହୋଟେଲ, ଅଟୋ ଓ ରିକ୍ସା ଚାଳକ, ଦୋକାନୀ ବେଶ ଉପକୃତ ହେବେ । ଛୋଟ ଦୋକାନୀମାନେ ମଧ୍ୟ ରୋଜଗାରର ପନ୍ଥା ପାଇବେ । ଏହା ଅର୍ଥନୀତିକୁ ମଜବୁତ କରିବ । ଉତ୍ତରପ୍ରଦେଶ ପାଇଁ ଏହା ଏକ ବଡ କଥା ହେବ ଯେ ବିସିସିଆଇ ନିଜେ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସ୍ତୁତ କରୁଛି।

ମାର୍ଚ୍ଚ 2025 ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ:- କୁହାଯାଉଛି ଯେ ଏହି ଅନ୍ତର୍ଜାତୀୟ ଷ୍ଟାଡିମୟର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ 2024 ଡିସେମ୍ବର ସୁଦ୍ଧା ଶେଷ ହେବ । ଏହାପରେ ଧୀରେ ଧୀରେ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ 2025 ମାର୍ଚ୍ଚ ସୁଦ୍ଧା ଶେଷ ହେବ । ଏହା ଆଗାମୀ ଦିନରେ ବାରଣାସୀର ସ୍ପୋର୍ଟ୍ସ ହବ୍‌ ଭାବେ ଉଭା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.