ETV Bharat / bharat

Bharat vs India Row: ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟ, ଇଣ୍ଡିଆ ନୁହେଁ ଲେଖାହେଲା ଭାରତ

author img

By ETV Bharat Odisha Team

Published : Sep 9, 2023, 2:22 PM IST

ଜି-୨୦ ସମ୍ମିଳନୀରେ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟ । ଇଣ୍ଡିଆ ନୁହେଁ ଲେଖାହେଲା ଭାରତ । ଅଧିକ ପଢନ୍ତୁ

ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟ
ବଦଳିଲା ପ୍ରଧାନମନ୍ତ୍ରୀଙ୍କ ନେମ୍ ପ୍ଲେଟ

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ଦେଶବ୍ୟାପୀ ଜୋର ଧରିଛି । ଇଣ୍ଡିଆ ବନାମ ଭାରତକୁ ନେଇ ମୁହାଁମୁହିଁ ହେଉଛନ୍ତି ବିରୋଧୀ ଓ ଶାସକ ଦଳ । ଏହି ବାଦବିବାଦ, ଚର୍ଚ୍ଚା ଭିତରେ ଦେଶର ଇଣ୍ଡିଆରୁ ନାମ ଭାରତ କରାଯିବା କ୍ଷେତ୍ରରେ ଆଜି ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋଦି ସରକାର ବଡ ପଦକ୍ଷେପ ନେଇଛନ୍ତି । ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେମ୍ ପ୍ଲେଟ ବଦଳିଛି । ନେମ୍ ପ୍ଲେଟରେ ପୂର୍ବରୁ ଇଣ୍ଡିଆ ଲେଖା ହେଉଥିବା ବେଳେ ଏଥର ଭାରତ ବୋଲି ଲେଖାଯାଇଛି । ବିଶ୍ବନେତାଙ୍କ ସାମ୍ନାରେ ଇଣ୍ଡିଆ ନୁହେଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନିଜକୁ ପରିଚିତ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ କୌଣସି ଅନ୍ତରାଷ୍ଟ୍ରୀୟ ମଞ୍ଚକୁ ସମ୍ବୋଧିତ କଲେ, ତାଙ୍କ ଟେବୁଲରେ ଥିବା ନେମ ପ୍ଲେଟରେ ଦେଶର ନାମ ଇଣ୍ଡିଆ ଲେଖା ହେଉଥିଲା । କିନ୍ତୁ ଆଜି ଜି-୨୦ ସମ୍ମିଳନୀରେ ଏହି ନେମ୍ ପ୍ଲେଟ ନାମ ଭାରତ ବଦଳିବା ପରେ ପୁଣିଥରେ ଦେଶର ନାମ ବଦଳିବା ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ଜି-୨୦ ନୈଶ୍ୟଭୋଜି ଉପଲକ୍ଷେ ରାଷ୍ଟ୍ରପତି ମୁର୍ମୁଙ୍କ ପକ୍ଷରୁ ଜାରି ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ସ୍ଥାନରେ 'ପ୍ରେସିଡେଣ୍ଟ ଅଫ୍ ଭାରତ' ଲେଖାଯାଇଥିଲା । ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । ମୋଦି ସରକାର ଦେଶର ନାମ ଇଣ୍ଡିଆ ଶବ୍ଦର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରି କେବଳ ଭାରତ କରିବାକୁ ଯୋଜନା କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ଏପରିକି ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବା ପଛରେ ଦେଶର ନାମ ପରିବର୍ତ୍ତନ ମୂଳ ଲକ୍ଷ୍ୟ ବୋଲି ଚର୍ଚ୍ଚା ହେଉଛି । ସଂସଦ ଅଧିବେଶନର ସାମ୍ବିଧାନିକ ନାମ ପରିବର୍ତ୍ତନ ପାଇଁ ସରକାର ପ୍ରସ୍ତାବ ଆଣିବେ ବୋଲି କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: G20 Summit: ଜି-୨୦ ମହାକୁମ୍ଭ ଆରମ୍ଭ, ବିଶ୍ବନେତାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ଏହାରି ଭିତରେ ଗତକାଲି ଜାତିସଂଘ ମଧ୍ୟ ଇଣ୍ଡିଆ ନାମ ପରିବର୍ତ୍ତନ ପାଇଁ ସହମତି ପ୍ରକାଶ କରିଥିଲା । ଇଣ୍ଡିଆର ନାମ ବଦଳାଇ ଭାରତ କରିବା ପାଇଁ ଯଦି ସମସ୍ତ ଔପରଚାରିକତା ପୂର୍ଣ୍ଣ ହୁଏ ତେବେ ଆମେ ଇଣ୍ଡିଆକୁ ଭାରତ ଭାବେ ଗ୍ରହଣ କରିବୁ ବୋଲି ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଆସିଥିବା ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ ଡୁଜାରିକ କହିଥିଲେ ।

ଏହାମଧ୍ୟ ପଢନ୍ତୁ: G-20ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ, ଘୋଷଣା କଲେ ମୋଦି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.