ନୂଆଦିଲ୍ଲୀ: ନୂଆ ସଂସଦ ଭବନର ଛାତରେ ସାଢେ 6 ମିଟର ଉଚ୍ଚତାର ବ୍ରୋଞ୍ଜ ନିର୍ମିତ ଜାତୀୟ ସଙ୍କେତ (ଅଶୋକ ସ୍ତମ୍ଭ)କୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବିଶାଳ ଜାତୀୟ ସ୍ତମ୍ଭ ସମ୍ପୂର୍ଣ୍ଣ ବ୍ରୋଞ୍ଜରେ ନିର୍ମିତ ହୋଇଛି । ଆଜି ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ ।
-
Delhi | PM Narendra Modi unveiled the 6.5m long bronze National Emblem cast on the roof of the New Parliament Building today morning. He also interacted with the workers involved in the work of the new Parliament. pic.twitter.com/sQS9s8aC8o
— ANI (@ANI) July 11, 2022 " class="align-text-top noRightClick twitterSection" data="
">Delhi | PM Narendra Modi unveiled the 6.5m long bronze National Emblem cast on the roof of the New Parliament Building today morning. He also interacted with the workers involved in the work of the new Parliament. pic.twitter.com/sQS9s8aC8o
— ANI (@ANI) July 11, 2022Delhi | PM Narendra Modi unveiled the 6.5m long bronze National Emblem cast on the roof of the New Parliament Building today morning. He also interacted with the workers involved in the work of the new Parliament. pic.twitter.com/sQS9s8aC8o
— ANI (@ANI) July 11, 2022
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବା ପରେ ସ୍ତମ୍ଭ ଚତୁଃପାର୍ଶ୍ବ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ପୁରୁଣା ତଥା ବର୍ତ୍ତମାର ସଂସଦ ଭବନର ଠିକ ନିକଟରେ ଏହି ନୂତନ ତଥା ଅତ୍ୟାଧୁନିକ ସଂସଦ ଭବନ ନିର୍ମାଣ କରାଯାଉଛି । ବିଶ୍ବର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ଗୃହ ଭାବେ ଏହା ଭାରତର ଗାରିମା ବଢାଇବ । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ମଧ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ