ETV Bharat / bharat

ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି - ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଦେଶପ୍ରତି ତାଙ୍କ ଅବଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଜବହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

author img

By

Published : Nov 14, 2022, 10:48 AM IST

ନୂଆଦିଲ୍ଲୀ: ଆଜି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ । ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିଲେ । ତେଣୁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅବଦାନକୁ ମନେ ପକାଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ଦେଶ ପ୍ରତି ତାଙ୍କ ଅବଦାନ ସବୁବେଳେ ସ୍ମରଣୀୟ । ଆଜିର ଦିନରେ ଦେଶପ୍ରତି ତାଙ୍କ ଅବଦାନକୁ ମନେ ପକାଉଛି ।''

  • On his birth anniversary, tributes to our former PM Pandit Jawaharlal Nehru Ji. We also recall his contribution to our nation.

    — Narendra Modi (@narendramodi) November 14, 2022 " class="align-text-top noRightClick twitterSection" data=" ">

ସେହିପରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରର୍ଗେ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଦିଲ୍ଲୀ ଶାନ୍ତି ବନରେ ଥିବା ତାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରର୍ଗେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ''ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ନେହେରୁଙ୍କ ବିନା ଭାରତର ଏକବିଂଶ ଶତାଦ୍ଧୀ କଳ୍ପନା କରି ହେବ ନାହିଁ । ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ଜବାହାରାଲାଲଙ୍କୁ ଗଣତନ୍ତ୍ରର ଚମ୍ପିୟନ (Champion of Democracy) ବୋଲି କହିଛନ୍ତି ମଲ୍ଲିକାର୍ଜୁନ । ଅନେକ ଚ୍ୟାଲେଞ୍ଜ ସତ୍ତ୍ବେ ସେ ଦେଶର ଅର୍ଥନୀତିକୁ ଆଗକୁ ନେଇଥିବା କହିଛନ୍ତି ।''

ଏହି ବି ପଢନ୍ତୁ...Childrens day 2022: ଆଜି ଶିଶୁ ଦିବସ, ଶିଶୁ ହସିଲେ ହସିବ ଦେଶ

୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଆହ୍ଲାବାଦର ଏକ କାଶ୍ମୀର ପଣ୍ଡିତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ସେ କାଶ୍ମୀର ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ପଣ୍ଡିତ କୁହାଯାଏ । ପ୍ରାଥମିକ ଶିକ୍ଷା ସରିବା ପରେ ସେ ୧୫ ବର୍ଷ ବୟସରେ ଇଂଲଣ୍ଡ ଚାଲିଯାଇଥିଲେ । କ୍ୟାମ୍ବ୍ରିଜ ଅନ୍ତର୍ଗତ ଟ୍ରିନିଟି କଲେଜରେ ସ୍ନାତକ ସାରିବା ପରେ ଲଣ୍ଡନରେ ଆଇନ ଶିକ୍ଷା ସାରିଥିଲେ । ୧୯୧୨ରେ ଭାରତ ଫେରି କିଛି ବର୍ଷ ଓକିଲାତି କରିଥିଲେ । ଏହାପରେ ୧୯୧୯ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ପ୍ରଭାବିତ ହୋଇ ଅନେକ ଥର କାରାବରଣ କରିଥିଲେ । ସେ ଶିଶୁଙ୍କୁ ଭଲ ପାଉଥିବାକୁ ତାଙ୍କ ଜନ୍ମ ଜୟନ୍ତୀଙ୍କୁ ଶିଶୁ ଦିବସ ଭାବରେ ପାଳନ କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.