ETV Bharat / bharat

ପିଏମ କିଷାନ ଯୋଜନା; ମିଳିଳା ଅଷ୍ଟମ କିସ୍ତି, ପ୍ରଥମ ଥର ଉପକୃତ ହେଲେ ବେଙ୍ଗଲ ଚାଷୀ - ପ୍ରଧାନମନ୍ତ୍ରୀ ମୋଦି

ଆଜି(ଶୁକ୍ରବାର) ପିଏମ ସମ୍ମାନ ନିଧି ଯୋଜନାରେ 9.5 କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 19କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି
author img

By

Published : May 14, 2021, 2:03 PM IST

Updated : May 14, 2021, 2:25 PM IST

ନୂଆଦିଲ୍ଲୀ: ଦେଶର ଅନ୍ନଦାତାଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ । କୃଷକର ସମୃଦ୍ଧ ହେଲେ କୃଷିର ଉନ୍ନତି ହେବ । ଯେତେବେଳେ କୃଷକ ଆତ୍ମନିର୍ଭର ହେବ ତେବେ ହିଁ ଆତ୍ମନିର୍ଭର ଭାରତର ପ୍ରକୃତ ଲକ୍ଷ୍ୟ ପୂରଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି(ଶୁକ୍ରବାର) ପିଏମ ସମ୍ମାନ ନିଧି ଯୋଜନାରେ 10 କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 19କୋଟି ଟଙ୍କା ପଠାଇଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅକ୍ଷୟ ତୃତୀୟାର ଏହି ପବିତ୍ର ଅବସରରେ ଦେଶର 10କୋଟି ଚାଷୀ ଉପକୃତ ହେବେ । ପିଏମ କିଶାନ ଯୋଜନାରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ଚାଷୀ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

କାର୍ଯ୍ୟକ୍ରମରେ କୋରୋନା ମହାମାରୀ ସମୟରେ ଦେଶର ଅନେକ ଚାଷୀ ଯିଏକି କୃଷି କ୍ଷେତ୍ରରେ ଏକ ରେର୍କଡ ସୃଷ୍ଟି କରିଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସରକାର ଚଳିତ ବର୍ଷ ସର୍ବନିମ୍ନ (ଏମଏସପି)ରେ 10 ପ୍ରତିଶତରୁ ଅଧିକ ଗହମ କିଣିଛନ୍ତି ବୋଲି କହିଛନ୍ତି ମୋଦି । ମହାମାରୀର ଏହି ଚ୍ୟାଲେଞ୍ଜ ସମୟରେ ଦେଶର ଚାଷୀମାନେ କୃଷି କ୍ଷେତ୍ରରେ ନୂଆ ରେର୍କଡ ସୃଷ୍ଟି କରିଛି ଯେତେବେଳେ ସରକାର ଉତ୍ପାଦନରେ ବି ଏକ ନୂତନ ରେର୍କଡ ସୃଷ୍ଟି କରିଛନ୍ତି ।

ଦେଶରେ କୃଷି ପାଇଁ ସରକାର ଲଗାତାର ଭାବରେ ନୂଆ ସମାଧାନ, ନୂଆ ବିକଳ୍ପ ଉପଲବ୍ଧ କରିଛନ୍ତି । ଜୈବିକ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପିଏମ କିଷାନ ଯୋଜନାରେ ବର୍ଷକୁ 6 ହଜାର ଟଙ୍କାର ରାଶି ପ୍ରତି ଚାରିମାସରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ । ତିନୋଟି କିସ୍ତିରେ ଦୁଇ ଦୁଇ ହଜାର ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ । ବର୍ତ୍ତମାନ ସୁଦ୍ଧା ଦେଶରେ 1.15 ଲକ୍ଷ କୋଟି ଟଙ୍କା ଚାଷୀଙ୍କ ଖାତାରେ ଜମା ହୋଇସାରିଛି ।

@ ANI

Last Updated : May 14, 2021, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.