ETV Bharat / bharat

New Parliament Inauguration: କାହିଁକି ଅଷ୍ଟ୍ରେଲିଆ ନେତାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ ?

author img

By

Published : May 25, 2023, 10:54 PM IST

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଆଜି ଦୁନିଆ ଭାରତର କାହାଣୀ ଶୁଣିବାକୁ ଅପେକ୍ଷା କରିଛି । ସାରା ବିଶ୍ବ ଆଜି ଭାରତକୁ ଭିନ୍ନ ଢଙ୍ଗରେ ଦେଖୁଛି । ସାରା ବିଶ୍ବ ଭାରତ ଠାରୁ ବହୁ କିଛି ଆଶା ରଖିଛି । ସମୟ ଆସିଛି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଐତିହ୍ୟ, ମହାନ ସଂସ୍କୃତିକ ବିବିଧତା ମଧ୍ୟରେ ଏକତାକୁ ଦୁନିଆ ଆଗରେ ଗର୍ବର ସହ କହିବା ଜରୁରୀ । ଅଧିକ ପଢନ୍ତୁ

କାହିଁକି ଅଷ୍ଟ୍ରେଲିଆ ନେତାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିଡନୀ ସ୍ଥିତ ଅଲମ୍ପିକ ପାର୍କରେ ଆୟୋଜିତ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଖାଲି ପ୍ରବାସୀ ଭାରତୀୟ ନଥିଲେ । କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳନେତା, ବହୁ ମନ୍ତ୍ରୀ, ସଂସାଦ, ମେୟର ଉପସ୍ଥିତ ଥିଲେ । ପୁରା ଅଷ୍ଟ୍ରେଲିଆ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ସାମିଲ ହେଲା । ଭାରତକୁ ସମ୍ମାନ ଦେଲା । ଏହି ସମ୍ମାନ ମୋଦି ପାଇଁ ନଥିଲା । ସମ୍ମାନ ଭାରତୀୟଙ୍କୁ ଥିଲା । ଦେଶର ସମ୍ମାନ ପାଇଁ ଅଷ୍ଟ୍ରେଲିଆର ସରକାର ବିରୋଧୀ ଏକାଠି ହୋଇ ଭାରତକୁ ସମ୍ମାନ ଦେଲେ । ଏହା କଣ ଭାରତ ପାଇଁ ଗର୍ବ ନୁହେଁ କି ? ନିଜର 6 ଦିନିଆ ବିଦେଶ ଗସ୍ତ ଶେଷ କରି ଆଜି ସକାଳୁ ଭାରତ ଫେରିବା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହାବି ପଢନ୍ତୁ- New Parliament Inauguration: ସକାଳ 7.30ରୁ ଆରମ୍ଭ ହେବ ପୂଜା

ଗତ 19 ତାରିଖରୁ ଜାପାନ, ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ଜାପାନ, ପରେ ପାପୁଆ ନ୍ୟୁ ଗିନି ଶେଷରେ ଅଷ୍ଟ୍ରେଲିଆକୁ ଗସ୍ତ କରିଥିଲେ ମୋଦି । ଗସ୍ତ ଶେଷ କରି ଆଜି ସକାଳୁ ନୂଆଦିଲ୍ଲୀ ଫେରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ସ୍ବଦେଶରେ ସ୍ବାଗତ ପାଇଁ ବିଜେପି ପକ୍ଷରୁ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ସିଡନୀ ସ୍ଥିତ ଅଲମ୍ପିକ ପାର୍କରେ ଆୟୋଜିତ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଖାଲି ପ୍ରବାସୀ ଭାରତୀୟ ନଥିଲେ । କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳନେତା, ବହୁ ମନ୍ତ୍ରୀ, ସଂସାଦ, ମେୟର ଉପସ୍ଥିତ ଥିଲେ । ପୁରା ଅଷ୍ଟ୍ରେଲିଆ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ସାମିଲ ହେଲା । ଭାରତକୁ ସମ୍ମାନ ଦେଲା । ଏହି ସମ୍ମାନ ମୋଦି ପାଇଁ ନଥିଲା । ସମ୍ମାନ ଭାରତୀୟଙ୍କୁ ଥିଲା । ଦେଶର ସମ୍ମାନ ପାଇଁ ଅଷ୍ଟ୍ରେଲିଆର ସରକାର ବିରୋଧୀ ଏକାଠି ହୋଇ ଭାରତକୁ ସମ୍ମାନ ଦେଲେ । ଏହା କଣ ଭାରତ ପାଇଁ ଗର୍ବ ନୁହେଁ କି ? ’’ ମୋଦି ଏହି ବକ୍ତବ୍ୟ ବିରୋଧୀଙ୍କ ଉଦ୍ଦେଶ୍ୟରେ ଥିଲା ।

କାରଣ ଆସନ୍ତା 28 ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ହେବାକୁ ଯାଉଛି । ଉଦଘାଟନ କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ 19 ରୁ ଅଧିକ ରାଜନୈତିକ ଦଳ ବର୍ଜନ କରିଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ପରୋକ୍ଷରେ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ଦେଶ ସ୍ବାର୍ଥ ପାଇଁ ସମ୍ମାନ ପାଇଁ ଅଷ୍ଟ୍ରେଲିଆର ସରକାର ଓ ବିରୋଧୀ ଏକାଠି ହୋଇପାରୁଛନ୍ତି ଭାରତରେ ଅସୁବିଧା କେଉଁଠି? କେଉଁ ସ୍ବାର୍ଥ୍ୟ ଉଦ୍ଦେଶ୍ୟରେ ବିରୋଧୀ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରୁଛନ୍ତି ?

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଆଜି ଦୁନିଆ ଭାରତର କାହାଣୀ ଶୁଣିବାକୁ ଅପେକ୍ଷା କରିଛି । ସାରା ବିଶ୍ବ ଆଜି ଭାରତକୁ ଭିନ୍ନ ଢଙ୍ଗରେ ଦେଖୁଛି । ସାରା ବିଶ୍ବ ଭାରତ ଠାରୁ ବହୁ କିଛି ଆଶା ରଖିଛି । ସମୟ ଆସିଛି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଐତିହ୍ୟ, ମହାନ ସଂସ୍କୃତିକ ବିବିଧତା ମଧ୍ୟରେ ଏକତାକୁ ଦୁନିଆ ଆଗରେ ଗର୍ବର ସହ କହିବା ଜରୁରୀ । ଭାରତ ହେଉଛି ଭଗବାନ ରାମଙ୍କ ଜନ୍ମଭୂମି । ଏହି ମାଟିରେ ବୁଦ୍ଧ, ଗାନ୍ଧୀ ଜନ୍ମ ନେଇଥିଲେ । ଭାରତ ହେଉଛି କରୁଣାର ଭୂମି । ଏହି ପ୍ରେରଣାରେ ଆମେ ପ୍ରେରିତ ହୋଇ ଭାରତକୁ ସର୍ବୋଚ୍ଚ ସ୍ଥାନକୁ ନେଇଯିବା । ଦେଶର ବିକାଶ ପାଇଁ ଅଖଣ୍ଡ ଭାରତର ସୁରକ୍ଷା ପାଇଁ ମତଭେଦ ଦୂର କରି ସମସ୍ତ ରାଜନୈତିକ ଦଳ ଆବଶ୍ୟକତା ବେଳେ ଏକ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.