ETV Bharat / bharat

PM Modi Visit Uttarakhand: ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ ହେବ ଏକାଧିକ ପ୍ରକଳ୍ପ

author img

By

Published : Dec 30, 2021, 7:06 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଉତ୍ତରାଖଣ୍ଡର ହଲଦୱାନୀ ଗସ୍ତରେ( PM Modi to visit Uttarakhand) ଯିବେ । ମୋଦି ଉତ୍ତରାଖଣ୍ଡ ପାଇଁ ୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଯେଉଁଥିରେ ୧୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ଜଳସେଚନ, ସଡକ, ଗୃହ, ସ୍ବାସ୍ଥ୍ୟ ଭିତ୍ତିଭୂମି, ଶିଳ୍ପ, ପରିମଳ, ପାନୀୟ ଜଳ ଯୋଗାଣ ରହିଛି । ଅଧିକ ପଢନ୍ତୁ

PM Modi visit Uttarakhand: ଭିତ୍ତିପ୍ରସ୍ତର ଓ  ଉଦଘାଟନ ହେବ ଏକାଧିକ ପ୍ରକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଉତ୍ତରାଖଣ୍ଡର ହଲଦୱାନୀ ଗସ୍ତରେ( PM Modi to visit Uttarakhand) ଯିବେ । ମୋଦି ଉତ୍ତରଖଣ୍ଡ ପାଇଁ ୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଯେଉଁଥିରେ ୧୭ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ଜଳସେଚନ, ସଡକ, ଗୃହ, ସ୍ବାସ୍ଥ୍ୟ ଭିତ୍ତିଭୂମି, ଶିଳ୍ପ, ପରିମଳ, ପାନୀୟ ଜଳ ଯୋଗାଣ ରହିଛି । ଏହାସହ ୬ ଟି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ରହିଛି ଏକାଧିକ ସଡକ ପ୍ରଶସ୍ତି କରଣ ପ୍ରକଳ୍ପ, ପିଥୋରାଗଡ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ ନୈନିତାଲରେ ସ୍ବରେଜ ବ୍ୟବସ୍ଥାର ଉନ୍ନତି ।

ପ୍ରଧାନମନ୍ତ୍ରୀ ପ୍ରାୟ ୫ ହଜାର ୭୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବାକୁ ଥିବା ଲଖୱାର ବହୁମୁଖୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପ ପ୍ରଥମେ ୧୯୭୬ରେ ଆରମ୍ଭ କରାଯାଇଥିଲା । ଦୀର୍ଘ ଦିନ ଧରି ପଡି ରହିଥିବା ପ୍ରକଳ୍ପ ଗୁଡିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ଜାତୀୟ ଗୁରୁତ୍ବ ବହନ କରୁଥିବା ଏହି ପ୍ରକଳ୍ପ, ପ୍ରାୟ ୩୪ ହଜାର ହେକ୍ଟର ଅତିରିକ୍ତ ଜମି ଜଳସେଚନ କରିବାରେ ସକ୍ଷମ ହେବ । ୩୦୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ କରିବ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନ ଭଳି ଛଅଟି ରାଜ୍ୟକୁ ପାନୀୟ ଜଳ ଯୋଗାଇବ ।

ସେହିପରି ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ୪ ହଜାର କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ହେବାକୁ ଥିବା ଚାରି ଲେନ ବିଶିଷ୍ଟ ୮୫ କିଲୋମିଟରର ମୋରାଦାବାଦ-କାଶିପୁର ରାସ୍ତା । ଗଡରପୁର-ଦୀନେଶପୁର-ମାଡକୋଟା-ହଲଦୱାନି (ଏସଏଚ-୫) ସଡକର ୨୨ କିଲୋମିଟର ଦୈର୍ଘ୍ୟ ଦୁଇଟି ଲେନ ଓ କିଚ୍ଚା ଠାରୁ ପନ୍ତନଗର ପର୍ଯ୍ୟନ୍ତ ୧୮ କିଲୋମିଟର ଦୈର୍ଘ୍ୟ (ଏସଏଚ-୪୪) । ଏହାବାଦ ଉଦମ ସିଂହ ନଗରରେ ୮ କିଲୋମିଟର ଦୈର୍ଘ୍ୟ ଖାତିମା ବାଇପାସ ର୍ନିମାଣ । ୧୭୫ କୋଟିରୁ ଅଧିକ ମୂଲ୍ୟରେ ର୍ନିମିତ ଚାରି ଲେନ ବିଶିଷ୍ଟ ଜାତୀୟ ରାଜପଥ (ଏନଏଚ୧୦୯ D) ର ର୍ନିମାଣ ଆଦି ରହିଛି । ଏହି ସଡକ ପ୍ରକଳ୍ପ ଗୁଡିକ ଗଡୱାଲ, କୁମାଓନ ଏବଂ ତେରାଇ ଅଞ୍ଚଳର ଯୋଗାଯୋଗ ଏବଂ ଉତ୍ତରାଖଣ୍ଡ ଏବଂ ନେପାଳ ମଧ୍ୟରେ ସଂଯୋଗକୁ ସୁଦୃଢ କରିବ ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବାକୁ ଥିବା ଏହି ସଡକ ପ୍ରକଳ୍ପ ଗୁଡିକ ମଧ୍ୟରେ 25 ଶହ କୋଟି ଟଙ୍କାରେ ନିର୍ମିତ ନାଗିନା ଠାରୁ କାଶୀପୁର ପର୍ଯ୍ୟନ୍ତ (ଏନଏଚ-୭୪) ୯୯ କିଲୋମିଟର ରାସ୍ତା ସମ୍ପ୍ରସାରଣ ଓ ୭୮୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ତାନକପୁର-ପିଥୋରାଗଡ (ଏନଏଚ-୧୨୫) 3 ଟି ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ ଅନ୍ତର୍ଭୁକ୍ତ । ଏହି 3ଟି ସ୍ଥାନ ଚୁରାନି ଠାରୁ ଆଙ୍କୋଲି (୩୨ କିଲୋମିଟର), ବିଲଖେଟ ଠାରୁ ଚମ୍ପାୱାତ (୨୯ କିଲୋମିଟର) ଏବଂ ତିଲୋନ ଠାରୁ ଚୁରାନି (୨୮ କିଲୋମିଟର) ପର୍ଯ୍ୟନ୍ତ ରହିଛି । ସଡକ ପ୍ରଶସ୍ତିକରଣ ପ୍ରକଳ୍ପ କେବଳ ଦୁର୍ଗମ ଅଞ୍ଚଳର ଯୋଗାଯୋଗକୁ ଉନ୍ନତ କରିବ ନାହିଁ ବରଂ ଏହି ଅଞ୍ଚଳର ପର୍ଯ୍ୟଟନ, ଶିଳ୍ପ ଏବଂ ବ୍ୟବସାୟିକ କାର୍ଯ୍ୟକଳାପର ମଧ୍ୟ ବୃଦ୍ଧି କରିବ ।

ଅନ୍ୟପଟେ ରାଜ୍ୟର ଚିକିତ୍ସା ଭିତ୍ତିଭୂମି ସମ୍ପ୍ରସାରଣ କରିବା ତଥା ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଉଦାମ ସିଂହ ନଗର ଜିଲ୍ଲାରେ ଏମସ ଋଷିକେଶର ସାଟେଲାଇଟ କେନ୍ଦ୍ର ଓ ପିଥୋରାଗଡ ଠାରେ ଜଗଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଦୁଇଟି ଡାକ୍ତରଖାନା ଯଥାକ୍ରମେ ପ୍ରାୟ ୫୦୦ କୋଟି ଏବଂ ୪୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହେବ । ଉନ୍ନତ ଚିକିତ୍ସା ଭିତ୍ତିଭୂମି କେବଳ କୁମାଓନ ଏବଂ ତେରାଇ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିବ ନାହିଁ ବରଂ ଉତ୍ତରପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଉଦାମ ସିଂହ ନଗର ଜିଲ୍ଲାର ସୀତାରଗଞ୍ଜ ଏବଂ କାଶୀପୁର ସହରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ପ୍ରାୟ ୨୪୦୦ ଘର ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଅଧୀନରେ ୧୭୦ କୋଟିରୁ ଅଧିକ ମୂଲ୍ୟର ଏହି ଘର ଗୁଡିକ ର୍ନିମାଣ ହେବ ।

ପ୍ରଧାନମନ୍ତ୍ରୀ ଶେଷରେ ୫୦ କୋଟି ଟଙ୍କା ବ୍ୟୟରେ ପିଥୋରାଗଡ ଜିଲ୍ଲାର ମୁନସିୟାରୀ ଠାରେ ଉତ୍ତରାଖଣ୍ଡ ଜଳ ବିଦ୍ୟୁତ ନିଗମ (ୟୁଜେଭିଏନ) ଲିମିଟେଡ ଦ୍ବାରା ର୍ନିମିତ ୫ ମେଗାୱାଟ କ୍ଷମତା ବିଶିଷ୍ଟ ସୁରିଙ୍ଗାଦ-୨ ଜଳବିଦ୍ୟୁତ ପ୍ରକଳ୍ପର ଉଦଘାଟନ କରିବେ ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.