ETV Bharat / bharat

ଆଜି ଉତ୍ତରାଖଣ୍ଡବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 12, 2023, 8:59 AM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଏକାଧିକ ପ୍ରକଳ୍ପ ଶିଳାନାସ୍ୟ କରିବେ । ଅଧିକ ପଢନ୍ତୁ

pm modi to visit uttarakhand
ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଘନ ଘନ ନିର୍ବାଚନୀ ମୁହାଁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ଦିନିକିଆ ଦେବଭୂମି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଉତ୍ତରାଖଣ୍ଡ ଗସ୍ତ କରି ରାଜ୍ୟବାସୀଙ୍କୁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ପିଥୋରଗଡରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କ ପାଇଁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହାପୂର୍ବର ପ୍ରଧାନମନ୍ତ୍ରୀ ପ୍ରଭାତି କୁଣ୍ଡ ଓ ଜାଗେଶ୍ବର ଧାମ ଦର୍ଶନ କରିବେ । 2024 ଲୋକସଭା ନିର୍ବାଚନ ପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଉଥିବା ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ବିବୃତ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ସମୟ ପ୍ରାୟ 9ଟାରେ ପ୍ରଭାତି କୁଣ୍ଡ ଓ ଜାଗେଶ୍ବର ଧାମରେ ପହଞ୍ଚିବେ । ସେଠାରେ ଆଦି କୈଳାଶଙ୍କୁ ଦର୍ଶନ କରିବେ । ଏହାପରେ ପୂର୍ବାହ୍ନ 9ଟା 30ରେ ପିଥୋରଗଡର ଗୁଞ୍ଜି ଗ୍ରାମରେ ପହଞ୍ଚିବେ । ସେଠାରେ ଲୋକମାନଙ୍କ ସହ କିଛି ସମୟ ଆଲୋଚନା କରିବେ । ଏହାପରେ ସ୍ଥାନୀୟ ଉତ୍ପାଦ ପଦର୍ଶନୀ ମେଳା ପରିଦର୍ଶନ କରିବେ । ଏହା ସହିତ ଇଣ୍ଡୋ ତିବେତାନ ସୀମା ପୋଲିସ ଏବଂ ବିଆରଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...ରାଜସ୍ଥାନରେ ମୋଦିଙ୍କ ଟାର୍ଗେଟ, କହିଲେ ଲାଲ ଡାଏରୀରେ କଂଗ୍ରେସର କଳା କାର୍ଯ୍ୟ ରହିଛି

ଏହା ପରେ ରାଜ୍ୟବାସୀଙ୍କ ପାଇଁ 4200 କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଅପରାହ୍ନ 2ଟା 30ରେ ପିଥୋରଗଡ଼ରେ ସୁରେନ୍ଦ୍ରି ସିଂହ ଭଲଦିଆ ସ୍ପୋର୍ଟ୍ସ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ଏହି ଭେଟି ଦେବେ ପ୍ରଧାନମନ୍ତ୍ରୀ । ଶିକ୍ଷା, ସ୍ବାସ୍ଥ୍ୟ, ବିତ୍ୟୁତ, ପାନୀୟ ଜଳ, କ୍ରୀଡ଼ା, ପର୍ଯ୍ୟଟନ, ବିପର୍ଯ୍ୟୟ ମୁକାବିଲା ଓ ହଟିକଲ୍ଚର ସହ ଜଡ଼ିତ 23 ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି ।

BJP ବ୍ରହ୍ମାସ୍ତ୍ର କାମ କରିବ ନାହି କହିଲା କଂଗ୍ରେସ: 2024 ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତରାଖଣ୍ଡ ଗସ୍ତକୁ ନେଇ କଂଗ୍ରେସ ସମାଲେଚନା କରିଛି । ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରାଖଣ୍ଡକୁ ସ୍ବାଗତ ମାତ୍ର ମୋଦି ପୂର୍ବରୁ ଯେବେ ଉତ୍ତରାଖଣ୍ଡ ଆସିଥିଲେ ସେଥିରେ ପ୍ରଦେଶବାସୀଙ୍କ ହାତ ଖାଲି ରହିଛି । ବିଜେପିର ବ୍ରହ୍ମାସ୍ତ୍ର ଏଠାରେ କାମ କରିବ ନାହିଁ । ଜନତା ସବୁ ବୁଝି ସାରିଲେଣି । ଜନତା ମହଙ୍ଗା ମାଡ଼, ବେରୋଜଗାର ଏବଂ ରାଜ୍ୟର ସମସ୍ୟାକୁ ନେଇ ଅବଗତ ଏଠାରେ ବିଜେପିର ଯୋଜନା ଫେଲ ମାରିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ କଂଗ୍ରେସ ମୁଖପାତ୍ର ଲକ୍ଷ୍ମୀ ଅଗ୍ରୱାଲ ।

ଏହା ବି ପଢନ୍ତୁ...ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତ 3 ତାରିଖରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଗସ୍ତ କରି ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହାପରେ ଗତ 5 ତାରିଖରେ ନିର୍ବାଚନୀ ମୁହାଁ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିଥିଲେ । ରାଜସ୍ଥାନ ରାଜ୍ୟବାସୀଙ୍କୁ ୫ ହଜାର କୋଟି ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମଧ୍ୟପ୍ରଦେଶବାସୀଙ୍କୁ ୧୨,୬୦୦ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ହୋଇଥିବା ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.