ETV Bharat / bharat

ଆସନ୍ତା 30ରେ ୟୁଏଇ ଯିବେ ପ୍ରଧାନମନ୍ତ୍ରୀ, ବିଶ୍ବ ଜଳବାୟୁ ସମ୍ମିଳନୀରେ ହେବେ ସାମିଲ

author img

By ETV Bharat Odisha Team

Published : Nov 26, 2023, 9:48 PM IST

ନଭେମ୍ବର 30ରେ ୟୁଏଇ ଯିବେ ପ୍ରଧାନମନ୍ତ୍ରୀ । ବିଶ୍ବ ଜଳବାୟୁ ସମ୍ମିଳନୀରେ ହେବେ ସାମିଲ । ବିଦେଶ ମନ୍ତ୍ରଣାଳୟ ଦେଲା ସୂଚନା । ଅଧିକ ପଢନ୍ତୁ

ୟୁଏଇ ଯିବେ ପ୍ରଧାନମନ୍ତ୍ରୀ, ବିଶ୍ବ ଜଳବାୟୁ ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ: ବିଶ୍ବ ଜଳବାୟୁ ଆକ୍ସନ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 30 ତାରିଖରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯିବେ । ଏହି ଶିଖର ସମ୍ମିଳନୀ ନଭେମ୍ବର 30 ତାରିଖରୁ ଆରମ୍ଭ ହୋଇ ଡିସେମ୍ବର 18 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ଏକାଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିବେ । ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ-ନାହ୍ଯନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆରବ ଗସ୍ତ କରୁଥିବା ବିଦେଶ ମନ୍ତ୍ରଣାଳୟ ସୂଚନା ଦେଇଛି ।

ଜଳବାୟୁ ପରିବର୍ତ୍ତନ, ଏହା କାରଣରୁ ସୃଷ୍ଟି ହେଉଥିବା ସମସ୍ୟା ଓ ଏହାର ମୁକାବିଲା ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଏହି ଶିଖର ସମ୍ମିଳନୀ ଆୟୋଜିତ ହେଉଛି । ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଫ୍ରେମଓ୍ବାର୍କ (UNFCCC ) ଦ୍ବାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନର ସାଧାରଣ ଆହ୍ବାନ ଓ ଏହାର ସମାଧାନ ପାଇଁ ସାମୂହିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ । ଚଳିତ ଥର ସମ୍ମିଳନୀର 28ତମ ସଂସ୍କରଣ ୟୁଏଇ ଅଧ୍ୟକ୍ଷତାରେ ଆୟୋଜିତ ହେଉଛି । ନଭେମ୍ବର 28ରୁ ଆରମ୍ଭ ହେଇ ଏହା ଡିସେମ୍ବର 12 ତାରିଖରେ ଶେଷ ହେବ ।

ଏହି ସମ୍ମିଳନୀର 26ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତର ଅଦ୍ଭୁତପୂର୍ବ ଅବଦାନ ଭାବରେ ‘ପଞ୍ଚାମୃତ’ (Panchamrit) ନାମକ ପାଞ୍ଚଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଘୋଷଣା କରିଥିଲେ । ବିଶେଷ ଭାବେ ଗ୍ଲୋବାଲ ଓ୍ବାର୍ମିଂ, ପ୍ରଦୂଷଣ ଓ ପ୍ରାକୃତିକ ବିପର୍ଯ୍ୟୟ ପରି ସମସ୍ୟା ପ୍ରାୟତଃ ଏହି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଭାବେ ଏବେ ଆହ୍ବାନ ସୃଷ୍ଟି କରିଛି । ଭାରତ ଅଧ୍ୟକ୍ଷତାର ଆୟୋଜିତ ଜି20 ସମ୍ମିଳନୀରେ ମଧ୍ୟ ବିଶ୍ବ ଜଳବାୟୁ ପରିବର୍ତ୍ତନ ଏହାର ସମସ୍ୟା ସମ୍ପର୍କିତ ପ୍ରସଙ୍ଗକୁ ଆଲୋଚନାର ମୁଖ୍ୟସ୍ରୋତକୁ ଅଣାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ବାଲୁକା ଚିତ୍ରକଳାରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ଏହି ସୂଚନା ଦେବା ସମୟରେ ବିଦେଶ ସଚିବ ବିନୟ ମୋହନ କ୍ବାତ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସ୍ବଳ୍ପକାଳୀନ ହୋଇଥିଲେ ସୁଦ୍ଧା ଏହା ଭାରତ-ଆରବ ଏମିରେଟ୍ସ ମଧ୍ୟରେ ଋଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ କରିଥିଲେ। ବିମାନ ବନ୍ଦରରେ ରାଷ୍ଟ୍ରପତି ନ୍ୟହାନ ତାଙ୍କୁ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.