ETV Bharat / bharat

PM Modi to visit Pune: ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ

ଆଜି ପୁନେ ଗସ୍ତରେ ଯାଇ ବିଭିନ୍ନ ବିକାଶ ମୂଳକ ପ୍ରକଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେବେ ମୋଦି । ଅଧିକ ପଢନ୍ତୁ

Lokmanya Tilak National Award
Lokmanya Tilak National Award
author img

By

Published : Aug 1, 2023, 10:29 AM IST

ମୁମ୍ବାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯିବ । ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ତିଲକଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । 1983 ମସିହାରୁ ପ୍ରତିବର୍ଷ ଅଗଷ୍ଟ 1 ତାରିଖରେ ଲେକମାନ୍ୟ ତିଲକଙ୍କ ପୂଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପୁରସ୍କାର ଦିଆଯାଇଥାଏ । ଦେଶର ପ୍ରଗତି ଓ ବିକାଶ ପାଇଁ ଉଲ୍ଲେଖନୀୟ ଏବଂ ଅସାଧାରଣ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପୁରସ୍କାର ଦେଇ ସମ୍ମାନିତ କରାଯାଏ ।

ଏହା ମଧ୍ୟ ପଢନ୍ତୁ-No Confidence Motion: ପ୍ରଧାନମନ୍ତ୍ରୀ ଜାଣିଥିଲେ 2023ରେ ଆସିବ ଅବିଶ୍ୱାସ ପ୍ରସ୍ତାବ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 41ତମ ପୁରସ୍କାର ପାଇବେ । ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଶଙ୍କର ଦୟାଲ ଶର୍ମା, ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଇନ୍ଦିରା ଗାନ୍ଧୀ ଏବଂ ଡକ୍ଟର ମନମୋହନ ସିଂ, ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୁନେର ମୁକୁନ୍ଦ ନଗରର ତିଲକ ମହାରାଷ୍ଟ୍ର ବିଦ୍ୟାପୀଠ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ଏନସିପି ମୁଖ୍ୟ ଶରଦ ପାୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ଏହା ମଧ୍ୟ ପଢନ୍ତୁ-PM Modi France Visit: ଫ୍ରାନ୍ସ ପ୍ରଥମ ମହିଳାଙ୍କୁ ମୋଦିଙ୍କ ତେଲେଙ୍ଗାନା ପୋଚାମ୍ପାଲୀ ପାଟ ଶାଢୀ ଉପହାର

ପୁନେରେ ପହଞ୍ଚିବା ପରେ ଦିନ 11 ସମୟରେ ପ୍ରଧାନମନ୍ତ୍ରୀ ଡଗଡୁଶେଠ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ପରେ 11.45ରେ ଲୋକମାନ୍ୟ ତିଲକ ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରିବେ । 12.45ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟ୍ରୋ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଉଦଘାଟନ କରିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପୁନେରେ 2ଟି ମେଟ୍ରୋ ଟେନ୍‌ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଫୁଗେୱାଡି ଷ୍ଟେସନରୁ ସିଭିଲ୍ କୋର୍ଟ ଷ୍ଟେସନ୍ ଏବଂ ଗାରୱାର୍ କଲେଜ ଷ୍ଟେସନରୁ ରୁବି ହଲ୍ କ୍ଲିନିକ୍ ଷ୍ଟେସନ୍ ପର୍ଯ୍ୟନ୍ତ ଏହି ଦୁଇଟି ମେଟ୍ରୋ ଚଳାଚଳ କରିବ । ସେହିପରି ଓ୍ବେଷ୍ଟ୍‌ ଟୁ ଏନର୍ଜି ପ୍ଲାଣ୍ଟ୍‌ର ଉଦଘାନ କରିବେ ମୋଦି । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ଗୁଡିକୁ ହିତାଧିକାରୀଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.