ମୁମ୍ବାଇ: ଆଜି ସଂନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେଶକରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂନ୍ଧ୍ୟାରେ ମୁମ୍ବାଇ ପହଞ୍ଚୁଥିବା ପ୍ରଧାନମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।
-
Will be leaving for Mumbai in some time to pay my last respects to Lata Didi.
— Narendra Modi (@narendramodi) February 6, 2022 " class="align-text-top noRightClick twitterSection" data="
">Will be leaving for Mumbai in some time to pay my last respects to Lata Didi.
— Narendra Modi (@narendramodi) February 6, 2022Will be leaving for Mumbai in some time to pay my last respects to Lata Didi.
— Narendra Modi (@narendramodi) February 6, 2022
ଲତାଙ୍କ ଦେହାନ୍ତ ପରେ ଦେଶବ୍ୟାପୀ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବା ସହ ଅର୍ଧନମିତ ହେବ ଜାତୀୟ ପତାକା । ବର୍ତ୍ତମାନ ଲତାଙ୍କ ପ୍ରାର୍ଥୀବ ଶରୀର ମୁମ୍ବାଇସ୍ଥିତ ବାସଭବନରେ ରଖାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ଜାରି ରଖିଛନ୍ତି । ଅମିତାଭ ବଚ୍ଚନ ମଧ୍ୟ ଲତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଆଜି ସକାଳ ୬.୩୦ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବୟସାଧିକ କାରଣରୁ ଏକାଧିକ ଅଙ୍ଗ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରୁନଥିବାରୁ ସେ ଗତ କିଛି ମାସ ହେବ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରିରଖିଥିବା ବେଳେ ଗତକାଲି ଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଜଟିଳତା ବୃଦ୍ଧି ପାଇବା ସହ ତାଙ୍କୁ ପୁନର୍ବାର ଭେଣ୍ଚିଲେଟରରେ ରଖାଯାଇଥିଲା । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ