ETV Bharat / bharat

Morbi bridge collapse: ଆଜି ମୋର୍ବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୋର୍ବି ମାଛୁ ନଦୀ ଉପରେ ଝୁଲା ପୋଲ ଭୁଶୁଡିବା ଘଟଣା । ଆଜି ମୋର୍ବି ଜିଲ୍ଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ

Morbi bridge collapse: ଆଜି ମୋର୍ବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Nov 1, 2022, 8:32 AM IST

ଗାନ୍ଧୀନଗର: ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଭୁଶୁଡିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାସ୍ଥଳ ପରିଦର୍ଶନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର୍ବି ଜିଲ୍ଲା ଗସ୍ତ କରିବେ(PM Modi to visit Morbi) । ସନ୍ଧ୍ୟା ସମୟରେ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ମୋଦି ଗତକାଲି ଝୁଲା ପୋଲ ଦୁର୍ଘଟଣା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ରାଜଭବରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇଛନ୍ତି ।

  • त्रासदी का इवेंट

    कल PM मोदी मोरबी के सिविल अस्पताल जाएंगे। उससे पहले वहां रंगाई-पुताई का काम चल रहा है। चमचमाती टाइल्स लगाई जा रही हैं।

    PM मोदी की तस्वीर में कोई कमी न रहे, इसका सारा प्रबंध हो रहा है।

    इन्हें शर्म नहीं आती! इतने लोग मर गए और ये इवेंटबाजी में लगे हैं। pic.twitter.com/MHYAUsfaoC

    — Congress (@INCIndia) October 31, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋର୍ବି ଗସ୍ତକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ ଓ ଆପ୍ । ମୋଦି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୋର୍ବି ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ହସ୍ପିଟାଲରେ ମରାମତି କାର୍ଯ୍ୟ ଚାଲିଛି । ଏହାକୁ ନେଇ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସିଭିଲ ହସ୍ପିଟାଲ ପରିଦର୍ଶନ କରିବାକୁ ଥିବାରୁ ହସ୍ପିଟାଲକୁ ରଙ୍ଗ ଦିଆଯାଉଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟରେ ଯେମିତି କୌଣସି ଅଭାନ ନ ରୁହେ ସେତିପାଇଁ ଏହି ମରାମତି କାର୍ଯ୍ୟ କରାଯାଉଛି ।

ଏପରିକି ଆପ୍ ପକ୍ଷରୁ ଏହାର ଟ୍ବିଟର ଆକାଉଣ୍ଟରେ ହସ୍ପିଟାଲର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଝୁଲା ପୋଲ ଦୁର୍ଘଟଣାରେ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଶତାଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ହେଲେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବିଜେପି କର୍ମୀମାନେ ଫଟୋସୁଟ୍ ପାଇଁ ପ୍ରସ୍ତୁତରେ ବ୍ୟସ୍ତ ଅଛନ୍ତି କହି ସମାଲୋଚନା କରିଛି ଆପ୍ ।

  • Morbi Civil Hospital में रातों रात रंग-पुताई की जा रही है ताकि कल PM Modi के Photoshoot में घटिया बिल्डिंग की पोल ना खुल जाए

    141 लोग मर चुके हैं, सैकड़ों लोग लापता हैं, असली दोषियों पर कोई कार्रवाई नहीं हुई लेकिन भाजपाइयों को फोटोशूट करके लीपापोती की पड़ी है..#BJPCheatsGujarat pic.twitter.com/KVDLdblD6C

    — AAP (@AamAadmiParty) October 31, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଅନ୍ୟପଟେ କଂଗ୍ରେସ ମଧ୍ୟ ସିଭିଲ ହସ୍ପିଟାଲର କିଛି ଫଟୋ ଟ୍ବିଟରରେ ସେୟାର କରିଛି । ଫଟୋରେ ହସ୍ପିଟାଲରେ ରଙ୍ଗ କାର୍ଯ୍ୟ ଚାଲିଥିବା ଓ ନୂଆ ଟାଇଲ ପଡୁଥିବାର ଦେଖିବାକୁ ମିଳିଛି । ଫୋଟ ସେୟାର କରି କଂଗ୍ରେସ କହିଛି, ଏମାନଙ୍କୁ ଲଜ୍ଜା ନାହିଁ । ଏତେ ଲୋକ ମରିଗଲେ । କିନ୍ତୁ ବିଜେପି ଇଭେଣ୍ଟ ପ୍ରସ୍ତୁତିରେ ଲାଗିଛି । ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ମୋର୍ବି ଅନ୍ତର୍ଗତ ମାଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଝୁଲାପୋଲ ହଠାତ୍ ଭୁଶୁଡି ପଡିଥିଲା(Morbi bridge collapse) । ଝୁଲା ପୋଲର କ୍ଷମତା ୧୨୫ ଥିବାବେଳେ ପ୍ରାୟ ୫୦୦ ଜଣ ଲୋକ ଏହା ଉପରେ ରହିଥିଲେ । ଯେଉଁ କାରଣରୁ ଏହା ଛିଣ୍ଡି ଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.