ETV Bharat / bharat

Chandrayaan-3 Success: ୨୬ରେ ଇସ୍ରୋ ପରିଦର୍ଶନ କରିବେ ମୋଦି, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବେ - ଭାରତୀୟ ମହାକାଶ ଗବେଷଣ ସଂସ୍ଥା

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଅଭିନନ୍ଦନ ଜଣାଇବାକୁ ଆସନ୍ତା ୨୬ରେ ଇସ୍ରୋ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

୨୬ରେ ଇସ୍ରୋ ପରିଦର୍ଶନ କରିବେ ମୋଦି
୨୬ରେ ଇସ୍ରୋ ପରିଦର୍ଶନ କରିବେ ମୋଦି
author img

By ETV Bharat Odisha Team

Published : Aug 24, 2023, 9:55 AM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୬ରେ ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣ ସଂସ୍ଥା(ISRO) ପରିଦର୍ଶନ କରିବେ । ଇସ୍ରୋ ଯାଇ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପାଇଁ ଏହାର ବୈଜ୍ଞାନିକ ଓ ପୁରା ଟିମକୁ ଅଭିନନ୍ଦନ ଜଣାଇବେ । ବର୍ତ୍ତମାନ ମୋଦି ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି । ଗତକାଲି ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ମାତ୍ରେ ସେ ଜୋହନ୍ସବର୍ଗରୁ ଫୋନ କରି ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଖୁବଶୀଘ୍ର ସାମ୍ନାସାମ୍ନି ଦେଖା ହୋଇ ଅଭିନନ୍ଦନ ଜଣାଇବେ ବୋଲି କହିଥିଲେ । ତେବେ ଗତ ସନ୍ଧ୍ୟାରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଇସ୍ରୋକୁ ଯାଇ ଏସ୍ ସୋମନାଥ ଓ ବୈଜ୍ଞାନିକ ଟିମକୁ ଶୁଭେଚ୍ଛା ଜଣାଇଥିଲେ ଏବଂ ମହୀଶୂର ପେଟା ବା ପଗଡି ପିନ୍ଧାଇ ଫୁଲମାଳ ଦେଇ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବେ ପ୍ରଧାନମନ୍ତ୍ରୀ: ବିଦେଶ ଗସ୍ତରୁ ଫେରିବା ପରେ ମୋଦି ଆସନ୍ତା ଶନିବାର ବା ୨୬ ତାରିଖ ଦିନ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ପରିଦର୍ଶନ କରି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବେ । ସେ ବେଙ୍ଗାଲୁରୁରେ ଶନିବାର ସନ୍ଧ୍ୟା ୬ଟାରେ ପହଞ୍ଚିବେ ଓ ୭ଟା ବେଳକୁ ଇସ୍ରୋ ଯିବେ । ସେଠାରେ ଦୀର୍ଘ ୨ ଘଣ୍ଟା କାଳ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା ହେବେ । ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ଶୁଭେଚ୍ଛା ଦେବା ପରେ ସେହି ଦିନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଏହାମଧ୍ୟ ପଢନ୍ତୁ: Chandrayaan-3 successful landing: ଶୁଭେଚ୍ଛା ପାଇଁ ବିଶ୍ବନେତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ଇସ୍ରୋ ପରିଦର୍ଶନ କଲେ ଡିକେ ଶିବକୁମାର: ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ସନ୍ଧ୍ୟାରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଇସ୍ରୋ ପରିଦର୍ଶନ କରି ଏସ୍ ସୋମନାଥ, ୟୁଆର ରାଓ ସ୍ପେସ ସେଣ୍ଟର ଡାଇରେକ୍ଟର ଶଙ୍କରନ, ପ୍ରୋଜେକ୍ଟ ଡାଇରେକ୍ଟର ବୀରାମୁଥୁ, ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଡାଇରେକ୍ଟର କଳ୍ପନା, ମେସିନ ମେଣ୍ଟେନାନ୍ସ ଡାଇରେକ୍ଟର ଶ୍ରୀକାନ୍ତି ଓ ଅନ୍ୟ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ପ୍ରଶଂସା କରି କହିଥିଲେ ଯେ, ''ବିକ୍ରମକୁ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବାରେ ଆପଣଙ୍କର ସଫଳତା ପ୍ରଶଂସନୀୟ । ଆପଣମାନେ ଭାରତର ଗର୍ବ । ଏହି ପ୍ରୋଜେକ୍ଟ ପାଇଁ କଠିନ ପରିଶ୍ରମ କରିଥିବା ସବୁ ବୈଜ୍ଞାନିକ ଓ କର୍ମଚାରୀଙ୍କ ଉଦ୍ୟମ ଅବିସ୍ମରଣୀୟ । ''

ଏହାମଧ୍ୟ ପଢନ୍ତୁ: successful landing: ରାଷ୍ଟ୍ରପତିଙ୍କ ଶୁଭେଚ୍ଛା, ‘ମହତ୍ବପୂର୍ଣ୍ଣ ଅବସର ଦେଶକୁ ଗର୍ବିତ କରିଛି’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.