ETV Bharat / bharat

Uttarakhand Assembly Poll: ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଯିବେ ପ୍ରଧାନମନ୍ତ୍ରୀ

author img

By

Published : Nov 28, 2021, 8:46 AM IST

ଆସନ୍ତା ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime minister Narendra Modi) । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (pushkar Singh Dhami) । ଅଧିକ ପଢନ୍ତୁ

ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ (Assembly Poll) । ଆସନ୍ତା ଡିସେମ୍ବର ୪ରେ ଉତ୍ତରାଖଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime minister Narendra Modi) । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (pushkar Singh Dhami) ।

ବିଜେପି (BJP) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସବଭନରେ ଆୟୋଜିତ ଏକ ବୈଠକରେ ଯୋଗଦେବା ପରେ ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ତ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (pushkar Singh Dhami) । ପ୍ରଧାମନ୍ତ୍ରୀଙ୍କ ଉତ୍ତରାଖଣ୍ଡ ଗସ୍ତରେ ଅନେକ କାର୍ଯ୍ୟକ୍ରମ ହେବାର ଅଛି । ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଏହା ସହିତ ଅନେକ ଜନସଭାରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଥାଉ ଏହା ପୂର୍ବରୁ ନଭେମ୍ବର ୫ରେ ଉତ୍ତରାଖଣ୍ଡ ଗସ୍ତ କରିଥିଲେ ମୋଦି । ପ୍ରଥମେ କେଦାରନାଥଙ୍କୁ ଦର୍ଶନ କରି ମହାରୁଦ୍ରାଭିଷେକ କରିବା ପରେ ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଥିଲେ ମୋଦି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.