ETV Bharat / bharat

Russia-Ukraine crisis: ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

author img

By

Published : Mar 7, 2022, 9:12 AM IST

Updated : Mar 7, 2022, 12:40 PM IST

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନରେ ଯୋଗେ ୩୫ ମିନିଟ ବାର୍ତ୍ତାଳାପ କରିଥିବା ବିଶେଷ ସୁତ୍ରରୁ ସୂଚନା । ଅଧିକ ପଢନ୍ତୁ

Russia-Ukraine crisis: ଆଜି ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ୧୨ ଦିନରେ ପହଞ୍ଚିଛି । ୟୁକ୍ରେନର ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ଋଷର ଆକ୍ରୋଶ ନିଆଁରେ ଜଳୁଛି ୟୁକ୍ରେନ । ଏହାରି ମଧ୍ୟରେ ଆଜି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ୩୫ ମିନିଟ ଧରି ୟୁକ୍ରେନର ରାଷ୍ଟ୍ରତିଙ୍କ ସହ ମୋଦି ବାର୍ତ୍ତାଳାପ କରିଛନ୍ତି ।

ୟୁକ୍ରେନର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ । ଯୁଦ୍ଧ ସମୟରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ପ୍ରତ୍ୟେକ୍ଷ ଭାବେ କଥାବାର୍ତ୍ତା ଜାରି ରହିଥିବା ବେଳେ ଏହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ସୂଚନା ଥାଉକି, ଋଷର ପ୍ରବଳ ଆକ୍ରମଣରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭାରତ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସରୁ ଏହି ସହାୟତା ରାଶି 2 ସ୍ବତନ୍ତ୍ର ବିମାନରେ ପଠାଯାଇଥିଲା । ତେବେ ଗତକାଲି ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପଠାଇଛି ଭାରତ ।

@ANI

Last Updated : Mar 7, 2022, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.