ETV Bharat / bharat

Mann Ki Baat: ଆଜି ପ୍ରଧାନମନ୍ତ୍ରୀଙ୍କ 94ତମ ମନ୍ କି ବାତ କାର୍ଯ୍ୟକ୍ରମ

author img

By

Published : Oct 30, 2022, 7:57 AM IST

94ତମ ମନ୍ କି ବାତ୍ ସଂସ୍କରଣରେ (94th edition of Mann Ki Baat) ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଅଧିକ ପଢନ୍ତୁ

Mann Ki Baat
ଆଜି ପ୍ରଧାନମନ୍ତ୍ରୀଙ୍କ 94ତମ ମନ୍ କି ବାତ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ର ଆଜି (ରବିବାର) 94ତମ ସଂସ୍କରଣ (94th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ସେପ୍ଟେମ୍ବର 25ରେ ପ୍ରଧାନମନ୍ତ୍ରୀ ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ଏଥିରେ ଚଣ୍ଡିଗଡ ବିମାନ ବନ୍ଦରକୁ ଶହୀଦ ଭଗତ ସିଂଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଥିଲେ । ଏହା ସହ ପରିବେଶ ସୁରକ୍ଷା ପ୍ରତି ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷା (Sign Language)ର ଉପାଦେୟତା ଓ ଦେଶରେ ଏହାର କ୍ରମବିକାଶଃ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। 2015 ରେ ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର (Indian Sign Language Research and Training Center) ପ୍ରତିଷ୍ଠା କରିଥିଲେ ସରକାର । ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହି ପ୍ରଣାଳୀରେ ଅଧ୍ୟୟନ କରି ଯୋଗାଯୋଗ ଓ ଦୈନଦିନ ଜୀବନଶୈଳୀରେ ଆତ୍ମନିର୍ଭର ହୋଇଥିବା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...କତାର ଶାସକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀଙ୍କ ଏହି ମାସିକ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌' ଲୋକପ୍ରିୟତା ବଢୁଛି । ଏଥର ମନ କି ବାତର ଏହି ସଂସ୍କରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି ଦେଶ । ଦେଶବାସୀ ସ୍ବାଧୀନତାର ୭୬ ବର୍ଷରେ ପାଦ ଥାପିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳିଥିବାବେଳେ ଆଗାମୀ ମନ କି ବାତ୍‌ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଖାଲି ଭାରତରେ ନୁହେଁ ବିଶ୍ବରେ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ବଢୁଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ବିଜେପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.