ETV Bharat / bharat

Mann Ki Baat: ଅଲ୍‌ ଇଣ୍ଡିଆ ରେଡିଓରେ ମନର କଥା କହିବେ ମୋଦି

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ମନ କି ବାତ୍‌(Mann Ki Baat) କାର୍ଯ୍ୟକ୍ରମର ଏହା 90ତମ ସଂସ୍କରଣ । ଅଧିକ ପଢନ୍ତୁ

author img

By

Published : Jun 26, 2022, 7:18 AM IST

: ଆଜି ମନ କଥା କହିବେ ମୋଦି
: ଆଜି ମନ କଥା କହିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ର ଆଜି 90ତମ ସଂସ୍କରଣ(90th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ବିଧାନସଭା ନିର୍ବାଚନରେ ବିରାଟ ବିଜୟ ପରେ ଚତୁର୍ଥ ଥର ପାଇଁ ମନ କଥା କହିବେ ମୋଦି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ମଇ 29ରେ 89ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଷୟରେ ଆଲୋକପାତ କରିଥିଲେ ମୋଦି । SHG ଦ୍ବାରା ତାନଞ୍ଜାଭୁରରେ ଥିବା ଷ୍ଟୋର ବିଷୟରେ କହିଥିଲେ । ଯାହା ଅନେକ ଗରିବ ପରିବାରଙ୍କ ଜୀବନ ବଦଳାଇଛି । ଏହି ଷ୍ଟୋର ଖୋଲିବା ଦ୍ବାରା ଗ୍ରୁପ ମହିଳାମାନେ ସେମାନଙ୍କ ଜିନିଷ ବିକ୍ରି କରୁଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସମର୍ଥନ କରିବାକୁ ଅହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.