ଗାନ୍ଧିନଗର: ଆଜି(ମଙ୍ଗଳବାର) ଦିନିକିଆ ଗୁଜରାଟର କଚ୍ଛ ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ମଧ୍ୟରେ ସେ କଚ୍ଛ କୃଷି ସମ୍ପ୍ରଦାୟ ବ୍ୟତୀତ ଗୁଜରାଟର ଶିଖ କୃଷକମାନଙ୍କୁ ମଧ୍ୟ ଭେଟିବେ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ କୁଚର ଧୋରଡୋର କୃଷକ ଏବଂ କଳାକାରଙ୍କ ସହ ଯୋଗାଯୋଗ କରିବେ।
ତେବେ ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ ସେ କଚ୍ଛ ଚାଷୀଙ୍କ ସହ ଆଲୋଚନା କରିବେ। ତେବେ କଚ୍ଛ ଜିଲ୍ଲାର ଲଖପତ ତାଲୁକା ଏବଂ ଏହାର ଆଖପାଖରେ ପ୍ରାୟ 5000 ଶିଖ ପରିବାର ବାସ କରନ୍ତି | ଗୁଜୁରାଟର ସୂଚନା ବିଭାଗ ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଭାରତ-ପାକ୍ ସୀମା ନିକଟରେ ଥିବା ଶିଖ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ନିମନ୍ତ୍ରଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ନୂତନ କୃଷି ନିୟମକୁ ବିରୋଧ କରି ହଜାର ହଜାର କୃଷକ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ