ETV Bharat / bharat

ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ PM ମୋଦି, ଐତିହ୍ୟ କେନ୍ଦ୍ରର କରିବେ ଶିଳାନ୍ୟାସ - ଆଜି ନେପାଳ ଯିବେ ପ୍ରଧାନମନ୍ତ୍ରୀ

ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ପହଞ୍ଚିବାପରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ

ଲୁମ୍ବିନୀରେ PM ମୋଦି, ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ରର କରିବେ ଶିଳାନ୍ୟାସ

author img

By

Published : May 16, 2022, 10:57 AM IST

ନୂଆଦିଲ୍ଲୀ: ନେପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଦ୍ଧ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଭଗବାନ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । 2014 ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଚମ ତଥା 2019 ରେ ଦ୍ବିତୀୟ ପାଳିର ପ୍ରଥମ ନେପାଳ ଗସ୍ତ କରିଛନ୍ତି । ଲୁମ୍ବିନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ସେର ବାହାଦୂର ଦେଉବା ବିମାନ ବନ୍ଦରରେ ନିଜେ ଉପସ୍ଥିତ ରହିଥିଲେ ।

ପ୍ରଧାନମନ୍ତ୍ରୀ ଦେଓବା ସୋମବାର ଭୈରାଭାରେ ନେପାଳର ଦ୍ବିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବେ ଏବଂ ଲୁମ୍ବିନୀରେ ଦିନବ୍ୟାପୀ ଉଭୟ ପ୍ରଧାନମନ୍ତ୍ରୀ ଏକାଧିକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଗସ୍ତସୂଚୀ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନ ପ୍ରାୟ 10 ଟାରେ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ କୁଶୀନଗରରୁ ଲୁମ୍ବିନୀରେ ଅବତରଣ କରିଛନ୍ତି । ଏହାପରେ ସେ ମାୟାଦେବୀ ମନ୍ଦିରକୁ ଯାଇ ଏକ ବିଶେଷ ପ୍ରାର୍ଥନାରେ ମଧ୍ୟ ସାମିଲ ହେବେ । ପରେ ପ୍ରଧାନମନ୍ତ୍ରୀ ଅଶୋକନ ସ୍ତମ୍ଭରେ ପ୍ରଦୀପ ପ୍ରଜ୍ବଳନ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବୌଦ୍ଧ କନଫେଡେରେସନ ପ୍ରୟାସରେ ନିର୍ମିତ ବୌଦ୍ଧ ସଂସ୍କୃତି ଏବଂ ଐତିହ୍ୟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ବୁଦ୍ଧ ଜୟନ୍ତୀ ଶୁଭ ଅବସରରେ ମାୟାଦେବୀ ମନ୍ଦିରରେ ପ୍ରାର୍ଥନା କରିବାକୁ ସେ ବେଶ ଉତ୍ସାହିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ରବିବାର ତାଙ୍କ ଗସ୍ତ ପୂର୍ବ ବିବୃତ୍ତିରେ ସୂଚନ ପ୍ରଦାନ କରିଥିଲେ । ପ୍ରଭୁ ବୁଦ୍ଧଙ୍କ ପବିତ୍ର ଜନ୍ମସ୍ଥାନରେ ପ୍ରାର୍ଥନା ପୂର୍ବକ ଲକ୍ଷ ଲକ୍ଷ ଭାରତୀୟଙ୍କ ପଦାଙ୍କ ଅନୁସରଣ କରିବା ପାଇଁ ସେ ଗର୍ବିତ ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୁଦ୍ଧ ନେପାଳର ଲୁମ୍ବିନୀରେ ଜନ୍ମଗ୍ରହଣ କରିଥିଲେ । ସେ ବିହାରର ବୋଧଗୟାଠାରେ ଜ୍ଞାନ ପ୍ରାପ୍ତ କରିଥିଲେ । ସାରନାଥରେ ତାଙ୍କର ପ୍ରଥମ ଉପଦେଶ ପ୍ରଚାର କରିଥିଲେ ଏବଂ ଉତ୍ତରପ୍ରଦେଶର କୁଶୀନଗରର ନିର୍ବାଣରେ ପହଞ୍ଚିଥିଲେ । ନେପାଳର ଲୁମ୍ବିନୀ ହେଉଛି ସବୁଠାରୁ ପବିତ୍ର ସ୍ଥାନ । ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବ୍ୟତୀତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବେ । ଭାରତ-ନେପାଳ ଦ୍ବିପାକ୍ଷିକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଶେଷ ଭାବେ ସହାୟକ ହେବା ନେଇ ମଧ୍ୟ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.