ETV Bharat / bharat

ଆଜି ପ୍ରଥମ IIBXର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ଗୁଜୁରାଟ ଅନ୍ତର୍ଜାତୀୟ ଫାଇନାନ୍ସ ଟେକ-ସିଟି (GIFT City)ରେ ଦେଶର ପ୍ରଥମ ଅନ୍ତରାଷ୍ଟ୍ରୀୟ ବୁଲିୟନ ଏକ୍ସଚେଞ୍ଜର (International Bullion Exchange) ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ପ୍ରଥମ IIBXର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଆଜି ପ୍ରଥମ IIBXର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
author img

By

Published : Jul 29, 2022, 10:14 AM IST

ଗାନ୍ଧୀନଗର: ଦୁଇଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ଗୁଜୁରାଟ ଅନ୍ତର୍ଜାତୀୟ ଫାଇନାନ୍ସ ଟେକ-ସିଟି (GIFT City)ରେ ଦେଶର ପ୍ରଥମ ଅନ୍ତରାଷ୍ଟ୍ରୀୟ ବୁଲିୟନ ଏକ୍ସଚେଞ୍ଜର (International Bullion Exchange) ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହା ସହିତ ଆଇଏଫଏସସିଏ (International Financial Services Centres Authority) କାର୍ଯ୍ୟାଳୟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଆଇଏଫଏସସିଏ ପକ୍ଷରୁ ଜାରି ତଥ୍ୟ ଅନୁସାରେ ପ୍ରଧାମନ୍ତ୍ରୀ ଆଜି ଆଇଆଇବିଏକ୍ସର ଶୁଭାରମ୍ଭ କରିବେ । ଏହି ଏକ୍ସଚେଞ୍ଜ ଭାରତର ସୁନା ବିକ୍ରି ବୃଦ୍ଧି ଦିଗରେ ସହାୟକ ହେବ । ଏହାବାଦ ସୁନାର ଗୁଣବତ୍ତା ଆଧାରରେ ଉପଯୁକ୍ତ ମୂଲ୍ୟରେ ସୁବିଧା ପ୍ରଦାନ କରିବ । ଏହି ବୁଲିୟନ ଏକ୍ସଚେଞ୍ଜକୁ ଭାରତରେ ସୁନା ଆୟତର ବଡ ଏଣ୍ଟ୍ରି ଗେଟ ହେବ ବୋଲି ଅନୁମାନ କରାଯାଉଛି । ଦେଶକୁ ଯେଉଁ ବି ସୁନା ଆସୁ ଏହି ଏକ୍ସଚେଞ୍ଜ ଜରିଆରେ ଆସିବ ବୋଲି କୁହାଯାଉଛି । ଏହି ଅବସରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ରହିବେ ।

ଗୁଜୁରାଟ ଗିଫ୍ଟ ସିଟିରେ କଣ ସ୍ବତନ୍ତ୍ର...

ଗୁଜୁରାଟର GIFT ସହର ହେଉଛି ଏକ ସୁଚିନ୍ତିତ ଜିଲ୍ଲା, ଯେଉଁଠାରେ ଅନେକ ଆର୍ଥିକ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ବ୍ୟବସାୟ ସେକ୍ଟର ରହିଛି । ସିଙ୍ଗାପୁର, ଦୁବାଇ ଏବଂ ହଂକଂ ଭଳି ଆନ୍ତର୍ଜାତୀୟ ଆର୍ଥିକ ହବ୍ ଭଳି GIFT ସିଟି କରିବାକୁ ସରକାର ଯୋଜନା କରିଛନ୍ତି ।

ପ୍ରକାଶ ଥାଉକି, ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତର ପ୍ରଥମ ଦିନରେ ସାବରକାଣ୍ଠାରେ ରାଜ୍ୟବାସୀଙ୍କୁ ପ୍ରାୟ 1 ହଜାର କୋଟି ଟଙ୍କାର ଯୋଜନା ଉପହାର ଭେଟି ଦେଇଛନ୍ତି । ସାବର ଡାଏରୀର ଅନେକ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଆଧୁନିକ ଜ୍ଞାନକୌଶଳ ଯୁକ୍ତ ମିଲ୍କ ପାଉଡର ପ୍ଲାଣ୍ଟ ଓ ଏ-ସେପଟିକ ପ୍ୟାକିଂ ସେକ୍ସନରେ ଆଉ ଏକ ଲାଇନ ଯୋଡିବାରୁ ସାବର ଡାଏରୀର କ୍ଷମତା ଆହୁରି ବଢିବ ବୋଲି ଜନସଭାକୁ ସମ୍ବୋଧିତ କରି କହିଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.