ETV Bharat / bharat

ଅକ୍ଟୋବର ୧ରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Sep 24, 2022, 3:08 PM IST

Updated : Sep 24, 2022, 3:31 PM IST

ଆସନ୍ତା ଅକ୍ଟୋବର ୧ ତାରିଖରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି (PM Modi to launch 5g internet service)। ଅଧିକ ପଢନ୍ତୁ

ଅକ୍ଟୋବର ୧ରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି
ଅକ୍ଟୋବର ୧ରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧ ତାରିଖରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି (PM Modi to launch 5g internet service)। ଏହି ସେବାକୁ ମୋଦି ପ୍ରଗତି ମୈଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଲଞ୍ଚ କରିବାର ଯୋଜନା ରହିଛି । ଅନେକ ଦିନ ଧରି 5G ଇଣ୍ଟରନେଟ ସେବାକୁ ଅପେକ୍ଷା କରିଥିଲେ ଦେଶବାସୀ । ଏହାଦ୍ବାରା ଭାରତର ଡିଜିଟାଲ ଯୋଗାଯୋଗ ସେବା ଏକ ନୂଆ ଶିଖରଙ୍କୁ ଛୁଇଁବାକୁ ଯାଉଛି । ତେବେ ଏ ସମ୍ପର୍କରେ ଯୋଗାଯୋଗ ମନ୍ତ୍ରଣାଳୟର ନ୍ୟାସନାଲ ବ୍ରଡବ୍ୟାଣ୍ଡ୍‌ ମିଶନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଏସିଆର ସର୍ବବୃହତ ଟେଲିକମ, ମିଡ଼ିଆ ଓ ଟେକ୍ନୋଲୋଜି ଫୋରମ ଟେଲିଯୋଗାଯୋଗ ବିଭାଗ (DoT) ଓ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନର ମିଳିତ ଉଦ୍ୟମରେ ଏହି ସେବାକୁ ଲଞ୍ଚ କରାଯିବ । ଆସନ୍ତା ଅକ୍ଟୋବର ୧ ତାରିଖରେ IMC 2022ରେ ପ୍ରଧାନମନ୍ତ୍ରୀ ଏହି ସେବାକୁ ଲଞ୍ଚ କରିବେ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶବାସୀଙ୍କୁ ଏହି ସେବା ଯୋଗାଇ ଦେବା ଲାଗି ଉଦ୍ୟମ ଜାରି ଥିବା ପୂର୍ବରୁ ସୂଚନା ଦେଇଥିଲେ ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଏହା ବି ପଢନ୍ତୁ- ବର୍ଷ ଶେଷ ସୁଦ୍ଧା ୨୫ ସହରରେ ମିଳିବ 5G ସେବା

ନିକଟରେ ଭାରତ ସରକାର 5G ସ୍ପେକ୍ଟ୍ରମର ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି । ଏହାର ଅନୁମୋଦିତ ପ୍ରକ୍ରିୟା ଜାରି ରହିଛି । 5G ନିଲାମର ମୂଲ୍ୟ ଦେଢ ଲକ୍ଷ କୋଟି ରହିଥିଲା । ଏହି ନିଲାମ ପ୍ରକ୍ରିୟାରେ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡ଼ାଫୋନ-ଆଇଡ଼ିଆ ମଧ୍ୟ ଯୋଗଦେଇଥିଲେ । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ 5G ନେଟୱର୍କର ଦର ପ୍ରତିଯୋଗିତାମୂଳକ ରହିଛି । 4G ପ୍ଲାନ ପରି 5Gର ମଧ୍ୟ ସମାନ ପ୍ଲାନ ରହିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ- ସେପ୍ଟେମ୍ବରରେ ଭାରତରେ ପ୍ରବେଶ କରିବ 5G ନେଟୱର୍କ !

ପ୍ରଥମ ପର୍ଯ୍ୟାୟରେ 5G ନେଟୱର୍କକୁ ଦେଶର ୧୩ଟି ପ୍ରମୁଖ ସହରରେ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ସେହି ସହର ଗୁଡ଼ିକ ହେଉଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ । ଏହି ସେବା ୪ଜି ଠାରୁ ୧୦ ଗୁଣା ଅଧିକ ଇଣ୍ଟରନେଟର ହାଇସ୍ପିଡ ଯୋଗାଇବ ବୋଲି ସ୍ବାଧୀନତା ଦିବସର ଭାଷଣରେ କହିଥିଲେ ମୋଦି । ତେବେ ୫ଜି ଲଞ୍ଚ ହେବାର ୨ରୁ ୩ ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣରେ ପହଞ୍ଚିବ ବୋଲି କହିଛନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Sep 24, 2022, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.