ETV Bharat / bharat

ଆଜି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି (ସୋମବାର) ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର 2022 ପାଇଥିବା ସମସ୍ତ ଶିକ୍ଷକଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ଏହି ସୂଚନା ମିିଳିଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Sep 5, 2022, 9:58 AM IST

ନୂଆଦିଲ୍ଲୀ: ଆଜି ଗୁରୁ ଦିବସ । ଏହି ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର 2022 ବିଜେତା ସମସ୍ତ ଶିକ୍ଷକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ 4ଟା 30ରେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ସମସ୍ତ ଶିକ୍ଷକଙ୍କୁ ଭେଟି କଥା ହେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ଏହି ସୂଚନା ମିଳିଛି ।

ପିଏମଓ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିବୃତ୍ତି ଅନୁସାରେ, ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବାର ମୁଖ୍ୟ କାରଣ ହେଉଛି ଦେଶରେ ସେହି ମହାନ ଅନନ୍ୟ ଶିକ୍ଷକଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତାପୂର୍ଣ୍ଣ ଅବଦାନକୁ ସମ୍ମାନ ଦେବା । ସେମାନଙ୍କ ପରିଶ୍ରମ ଦ୍ବାରା ଗୁଣାତ୍ମକ ସ୍କୁଲ ଶିକ୍ଷାର ଉନ୍ନତି ହେବା ସହ ପିଲାଙ୍କ ଜୀବନକୁ ସମୃଦ୍ଧ କରିଛନ୍ତି । ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲରେ କାର୍ଯ୍ୟରତ ମହାନ ଶିକ୍ଷକଙ୍କୁ ପାଠପଢା ଶୈଳୀକୁ ଦେଖି ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥାଏ ।

ଏହା ବି ପଢନ୍ତୁ...Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

ଚଳିତ ବର୍ଷ ଦେଶରେ ମୋଟ 45 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ଦିଆଯିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଚୟନ ହୋଇଥିବା ଏହି 45 ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-2022 (NAT) ପ୍ରଦାନ କରିବେ । ସମ୍ମାନିତ ହେବାକୁ ଥିବା 45 ଶିକ୍ଷକଙ୍କ ମଧ୍ୟରୁ ୨ଜଣ ଶିକ୍ଷକ ଦିବ୍ୟାଙ୍ଗ ବର୍ଗର ରହିଛନ୍ତି । ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଅନ୍ୟ ରାଜ୍ୟରୁ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକ ଚୟନ ହୋଇଛନ୍ତି । 3ଟି ପର୍ଯ୍ୟାୟରେ ଅନଲାଇନ ପ୍ରକ୍ରିୟାରେ ଦେଶର ମହାନ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ବିଜ୍ଞାନ ଭବନରେ ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଆଜି ସମଗ୍ର ଦେଶ ଗୁରୁ ଦିବସ ପାଳନ କରୁଛି । ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଏ । 1888 ମସିହା ସେପ୍ଟେମ୍ବର 5ରେ ସର୍ବପଲ୍ଲୀ ରାଧାକୃଷ୍ଣନ ଜନ୍ମ ଗ୍ରହଣ କରିଥିଲେ । ସେ ରାଷ୍ଟ୍ରପତି ଥିବାବେଳେ ଜନସାଧାରଣ ତାଙ୍କ ଜନ୍ମଦିନ ପାଳନ କରିବାକୁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି କହିଥିଲେ '' ମୋ ଜନ୍ମଦିନ ନୁହେଁ, ଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଯାଏ ମୁଁ ଖୁସି ହେବି ।'' ସେହି ଦିନଠୁ ସେପ୍ଟେମ୍ବର 5କୁ ଗୁରୁଦିବସ ଭାବେ ପାଳନ କରାଯାଏ। 1962 ମସିହାରୁ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଦେଶର ସମସ୍ତ ଶିକ୍ଷକଙ୍କୁ ସମ୍ମାନ ଦେବାକୁ ଗୁରୁ ଦିବସ ପାଳନ ହୋଇ ଆସୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.