ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କର (PMRBP) ବିଜେତାମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ସୋମବାର) ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଭର୍ଚ୍ଚୁଆଲରେ ଏହି କୃତି ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ବ୍ଲକ୍ ଚେନ୍ ଟେକ୍ନୋଲୋଜି ମାଧ୍ୟମରେ ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ କୋଣରୁ ଜିଲ୍ଲା ମୁଖ୍ୟାଳୟରୁ ଏହି ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡି ହୋଇଥିଲେ ଛାତ୍ରଛାତ୍ରୀ ।
-
Interacting with the youngsters who have been conferred the Rashtriya Bal Puraskar. https://t.co/rMEIt4dInz
— Narendra Modi (@narendramodi) January 24, 2022 " class="align-text-top noRightClick twitterSection" data="
">Interacting with the youngsters who have been conferred the Rashtriya Bal Puraskar. https://t.co/rMEIt4dInz
— Narendra Modi (@narendramodi) January 24, 2022Interacting with the youngsters who have been conferred the Rashtriya Bal Puraskar. https://t.co/rMEIt4dInz
— Narendra Modi (@narendramodi) January 24, 2022
ଚଳିତ ବର୍ଷ ଦେଶର ବଭିନ୍ନ ପ୍ରାନ୍ତରୁ ବିଭିନ୍ନ କ୍ଷେତ୍ର ତଥା ସାମାଜ ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହସିକତା ଭଳି ୬ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 29 ଜଣ ଛାତ୍ରଛାତ୍ରୀ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସମସ୍ତ ବିଜେତା ୫ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ରହିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥା ହେବା ସହ ଇ-ପ୍ରମାଣପତ୍ର ପ୍ରଦାନ କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି ।
ଆଜି ବାର୍ତ୍ତାଳପ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତି ଉନ୍ମୋଚନ ବିଷୟରେ ମଧ୍ୟ କହିଥିଲେ । ନେତାଜୀଙ୍କ ଜୀବନରୁ ଆମେ ଦେଶପ୍ରେମ ଓ କର୍ତ୍ତବ୍ୟ ଭାବେ ସବୁଠୁ ବଡ ପ୍ରରଣା ପାଇଛୁ ବୋଲି ଛାତ୍ରାଛାତ୍ରୀଙ୍କୁ କହିଥିଲେ ମୋଦି । ସେହିପରି ଭୋକାଲ ଫର ଲୋକାଲ ମିଶନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପିଲାଙ୍କ ସାମ୍ନାରେ ରଖିଥିଲେ । ବର୍ତ୍ତମାନ ଦେଶକୁ ଯୁବକମାନେ ଆଗକୁ ନେଉଛନ୍ତି କହିବା ସହ ଦେଶର ଯୁବପିଢିଙ୍କ ପାଇଁ ଆମେ ଗର୍ବିତ ଅନୁଭବ କରୁଛୁ ବୋଲି ମଧ୍ୟ ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ।
@ANI