ETV Bharat / bharat

Jal Jeevan Mission; ଗ୍ରାମପଞ୍ଚାୟତ,ପାଣି ସମିତି ସଦସ୍ୟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜଲ ଜୀବନ ମିଶନ’କୁ ନେଇ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟି (VWSC) ସହ ଆଲୋଚନା କରିବେ । ଆଜି ଦିନ ୧୧ଟା ସମୟରେ ଭିସି ଯୋଗେ ହେବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

author img

By

Published : Oct 2, 2021, 8:20 AM IST

Jal Jeevan Mission; ଗ୍ରାମପଞ୍ଚାୟତ, ପାଣି ସମିତି ସଦସ୍ୟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଜଲ ଜୀବନ ମିଶନ’କୁ ନେଇ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟି (VWSC) ସହ ଆଲୋଚନା କରିବେ । ଆଜି ଦିନ ୧୧ଟା ସମୟରେ ଭିସି ଯୋଗେ ହେବ କାର୍ଯ୍ୟକ୍ରମ । ଏନେଇ ପ୍ରଧାନମନ୍ତ୍ରୀ ଏକ ଟୁଇଟ ମଧ୍ୟ କରିଛନ୍ତି । ଅକ୍ଟୋବର 2 ଦିନ 11ଟା ସମୟରେ ସେ ଜଳ ଶକ୍ତି ଏବଂ ଗ୍ରାମୀଣ ସଶକ୍ତିକରଣ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏବଂ ଗ୍ରାମ ପଞ୍ଚାୟତ ଏବଂ ପାଣି ସମିତି ସଦସ୍ୟଙ୍କ ସହ ଆଲୋଚନା କରିବେ । ଏହାସହ ଜଳ ଜୀବନ ମିଶନ ଆପ୍‌ ଓ ରାଷ୍ଟ୍ରୀୟ ‘ଜଲ ଜୀବନ କୋସ’କୁ ଶୁଭାରମ୍ଭ କରିବି ।

ହିତାଧିକାରୀମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ଏବଂ ମିଶନ ଅଧୀନରେ ଯୋଜନାଗୁଡ଼ିକର ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପାଇଁ ପ୍ରଧାନମନ୍ତ୍ରୀ ଜଲ ଜୀବନ ମିଶନ ଶୁଭାରମ୍ଭ କରିବେ । ପ୍ରତ୍ୟକ ଘରେ ଘରେ ପାଇପ ଯୋଗେ ପାଣି ପହଞ୍ଚିବ । ଶିକ୍ଷାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସଂସ୍ଥା ସମସ୍ତ ଏ ମିଶନ ଜରିଆରେ ଲାଭବାନ ହେବେ । ସେପଟେ ଜଲ ଜୀବନ ମିଶନ ଜରିଆରେ ଜାତୀୟ ସ୍ତରୀୟ ଗ୍ରାମସଭା କରାଯିବ । ଗାଁରେ କିପରି ଜଳ ଯୋଗାଣ ଏବଂ ପରିଚାଳନା ଉପରେ ଆଲୋଚନା କରାଯିବ । ଏହାସହ ଗାଁରେ କିପରି ଦୀର୍ଘକାଳୀନ ଜଳ ନିରାପତ୍ତା ଦିଗରେ କାର୍ଯ୍ୟ କରିହେବ ସେନେଇ ମଧ୍ୟ ଚର୍ଚ୍ଚା କରିବେ ମୋଦି ।

ଗ୍ରାମ ଜଳ ଯୋଗାଣ ପ୍ରଣାଳୀର ଯୋଜନା, କାର୍ଯ୍ୟାନ୍ୱୟନ, ପରିଚାଳନା ଓ ରକ୍ଷଣାବେକ୍ଷଣରେ ପାଣି ସମିତି ମୁଖ୍ୟଭୂମିକା ଗ୍ରହଣ କରିଥାଏ । 3.5 ଲକ୍ଷ ଗାଁରେ ପାଣି ସମିତି ଗଠନ କରାଯାଇଛି । ପାଣିର ଗୁଣବତ୍ତା ପରୀକ୍ଷା କରିବା ପାଇଁ 7.1 ଲକ୍ଷରୁ ଅଧିକ ମହିଳା ଟ୍ରେନିଂ ମଧ୍ୟ ଦିଆଯାଇଛି । ଅଗଷ୍ଟ 15, 2019ରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ଟ୍ୟାପ ଜଳ ଯୋଗାଇବା ପାଇଁ ଜଲ୍ ଜୀବନ୍ ମିଶନ୍ ଘୋଷଣା କରିଥିଲେ।

ମିଶନ ଆରମ୍ଭ ହେବା ସମୟରେ କେବଳ 3.23 କୋଟି (17 ପ୍ରତିଶତ) ଗ୍ରାମୀଣ ଘରେ ଟ୍ୟାପ ଯୋଗେ ଜଳ ଯୋଗାଣ ହୋଇଥିଲା ଗତ ୨ ବର୍ଷ ମଧ୍ୟରେ 5 କୋଟିରୁ ଅଧିକ ଘରକୁ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯାଇଛି । ତେବେ ଆଜି ପର୍ଯ୍ୟନ୍ତ, ପ୍ରାୟ 8.26 କୋଟି (43 ପ୍ରତିଶତ) ଗ୍ରାମୀଣ ଘରେ ଟ୍ୟାପ ଯୋଗେ ଜଳ ଯୋଗାଣ ହୋଇଛି । 78ଟି ଜିଲ୍ଲାର 58 ହଜାର ଗ୍ରାମ ପଞ୍ଚାୟତ ଏବଂ 1.16 ଲକ୍ଷ ଗାଁ ପାଇପ ଯୋଗେ ଜଳ ଯୋଗାଣ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 7.72 ଲକ୍ଷ (76 ପ୍ରତିଶତ) ବିଦ୍ୟାଳୟ ଏବଂ 7.48 ଲକ୍ଷ (67.5 ପ୍ରତିଶତ) ଅଙ୍ଗନୱାଡି କେନ୍ଦ୍ରରେ ଟ୍ୟାପ ଯୋଗେ ଜଳ ଯୋଗାଣ ହୋଇଛି । କେନ୍ଦ୍ର ଓ ରାଜ୍ୟ ସରାକାରଙ୍କ ସହଭାଗୀତାରେ ଜଲ ଜୀବନ ମିଶନ ଆଗେଇ ଚାଲିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.