ETV Bharat / bharat

ଆସନ୍ତା 18ରେ ଅନଲାଇନରେ କର୍ମୀଙ୍କ ସହ ଆଲୋଚନା କରିବେ ମୋଦି

author img

By

Published : Jan 15, 2022, 2:31 PM IST

ଆସନ୍ତା ଜାନୁଆରୀ 18ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଉତ୍ତର ପ୍ରଦେଶ ବାରାଣାସୀର ବିଜେପି ସଦସ୍ୟଙ୍କ ସହ କରିବେ ଆଲୋଚନା । ଅଧିକ ପଢନ୍ତୁ

ଆସନ୍ତା 18ରେ ବାରାଣାସୀର ବିଜେପି କର୍ମୀଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଆଗକୁ ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏନେଇ ଆରମ୍ଭ ହେଲାଣି ବିଭିନ୍ନ ରାଜନୈତିକ ଦଳର ପାଗଭିଡା । ଆସନ୍ତା ଜାନୁଆରୀ 18ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଉତ୍ତର ପ୍ରଦେଶ ବାରାଣାସୀର ବିଜେପି ସଦସ୍ୟଙ୍କ ସହ କରିବେ ଆଲୋଚନା । ଏନେଇ ଉତ୍ତରପ୍ରଦେଶ ବିଜେପି ଟ୍ବିଟର ହ୍ୟାଣ୍ଡେଲ ପକ୍ଷରୁ ସୂଚନା ଦିଆଯାଇଛି ।

ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ଏହା ମୋଦିଙ୍କ ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେବେ ମୋଦି । NaMo ଆପ୍ ମାଧ୍ୟମରେ ଲୋକେ ସେମାନଙ୍କ ମତ ଏବଂ ପରାମର୍ଶ ଦେଇପାରିବେ ବୋଲି ଉତ୍ତରପ୍ରଦେଶ ବିଜେପି ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ହେତୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ସାଧାରଣ ସଭା ଏବଂ ରୋଡ୍ ସୋ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.