ନୂଆଦିଲ୍ଲୀ: ଆଜି ଜନ ଔଷଧୀ ଦିବସ । ଏହି ଅବସରରେ ଆଜି ଜନ ଔଷଧୀ କେନ୍ଦ୍ରର ମୁଖ୍ୟ ଓ ଏହି ଯୋଜନାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରିବେ ମୋଦି । ଏନେଇ PMOଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଜିର ଥିମ ହେଉଛି 'Jan Aushadhi-Jan Upyogi' । ଜେନେରିକ ଔଷଧର ବ୍ୟବହାର ଓ ଏହାର ଉପକାରିତା ନେଇ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୧ରେ ଔଷଧୀ ସପ୍ତାହ ପାଳନ କରାଯାଏ ।
ଚଳିତ ବର୍ଷ ମଧ୍ୟ ଏକ ସପ୍ତାହ ବ୍ୟାପୀ ଜନଔଷଧୀ ସଙ୍କଳ୍ପ ଯାତ୍ରା, ମୈତ୍ରୀ ଶକ୍ତି ସମ୍ମାନ, ଜନ ଔଷଧୀ ବାଲ ମିତ୍ର, ଜନ ଔଷଧୀ, ଜନ ଜାଗରଣ ଅଭିଯାନ, ଆଓ ଜନଔଷଧୀ ମିତ୍ର ବାନେ ଏବଂ ଜନ ଔଷଧୀ ଜନ ଆରୋଗ୍ୟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ବର୍ତ୍ତମାନ ଦେଶରେ ପ୍ରାୟ 8600 ରୁ ଅଧିକ ଜନ ଔଷଧୀ ଷ୍ଟୋର ଅଛି ।