ETV Bharat / bharat

ଡିଜିଟାଲ ଇଣ୍ଡିଆ ହିତାଧିକାରୀଙ୍କ ସହ ଆଜି ଆଲୋଚନା କରିବେ ମୋଦି

author img

By

Published : Jun 30, 2021, 10:02 PM IST

Updated : Jul 1, 2021, 7:00 AM IST

ଆଜି ଡିଜିଟାଲ ଇଣ୍ଡିଆ ଅଭିଯାନର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି (ଗୁରୁବାର) ଡିଜିଟାଲ ଇଣ୍ଡିଆକୁ 6 ବର୍ଷ ପୂରଣ ହୋଇଛି । ଏହି ଅବସରରେ ଡିଜିଟାଲ ଇଣ୍ଡିଆ ଅଭିଯାନର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି ।

ସଫଳ ନ୍ୟୁ ଇଣ୍ଡିଆର କାହାଣୀ ପାଇଁ ଡିଜିଟାଲ ଇଣ୍ଡିଆ ହେଉଛି ଏକ ବଡ ସଫଳତା । ଡିଜିଟାଲ୍ ଇଣ୍ଡିଆ ହେଉଛି ଭାରତକୁ ଏକ ଡିଜିଟାଲ୍ ସଶକ୍ତ ସମାଜ ତଥା ଜ୍ଞାନ ଅର୍ଥନୀତିରେ ପରିଣତ କରିବାର ଏକ ଦୃଷ୍ଟିକୋଣ ସହିତ ଭାରତ ସରକାରଙ୍କ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ । ଏହି ଉଚ୍ଚାଭିଳାଷି କାର୍ଯ୍ୟକ୍ରମ ଜୁଲାଇ 1, 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ।

ଏହି ପଦକ୍ଷେପରେ ଗ୍ରାମାଞ୍ଚଳକୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ନେଟୱାର୍କ ସହିତ ସଂଯୋଗ କରିବାର ଯୋଜନା ଅନ୍ତର୍ଭୁକ୍ତ ହୋଇଛି । ଏହା ତିନୋଟି ମୂଳ ଉପାଦାନକୁ ନେଇ ଗଠିତ ଯଥା ନିରାପଦ ଏବଂ ସ୍ଥିର ଡିଜିଟାଲ ଭିତ୍ତିଭୂମିର ବିକାଶ, ସରକାରୀ ସେବା ଡିଜିଟାଲ୍ ପ୍ରଦାନ ଏବଂ ସର୍ବଭାରତୀୟ ଡିଜିଟାଲ୍ ସାକ୍ଷରତା ।

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ ନେଟ ପ୍ରକଳ୍ପ ଅଧିନରେ ସମସ୍ତ ଗ୍ରାମରେ ବ୍ରଡ ବ୍ୟାଣ୍ଡ ସଂଯୋଗ ଯୋଗାଇବା ପାଇଁ 19,041 କୋଟି ଆବଣ୍ଟନ କରିଛନ୍ତି । ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚ 61,109 କୋଟିରେ ପହଞ୍ଚିଛି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଭାରତ ନେଟ ପ୍ରକଳ୍ପ ଅଧୀନରେ ସରକାର ପ୍ରଥମେ 2.52 ଲକ୍ଷ ଗ୍ରାମ ପଞ୍ଚାୟତକୁ ହାଇ ସ୍ପିଡ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ସମସ୍ତ ଗ୍ରାମରେ ସେହି ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଘୋଷଣା କରିଥିଲେ ।

@ANI

Last Updated : Jul 1, 2021, 7:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.