ETV Bharat / bharat

ଆଜି ଗୁଜୁରାଟରେ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟନ କରିବେ ମୋଦି

ଆଜି (ଶୁକ୍ରବାର) ଗୁଜୁରାଟର ଭୁଜରେ ଥିବା କେ.କେ ପଟ୍ଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

author img

By

Published : Apr 15, 2022, 8:37 AM IST

ଆଜି ଗୁଜୁରାଟରେ  ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: ଆଜି (ଶୁକ୍ରବାର) ଗୁଜୁରାଟର ଭୁଜରେ ଥିବା କେ.କେ ପଟ୍ଟେଲ ସୁପର ସ୍ପେସିଆଲିଟି ହସ୍ପିଟାଲ(KK Patel Super Speciality Hospital)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ନେଇ ପିଏମଓ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଭୁଜ ଶ୍ରୀ କୁଚି ଲେଭା ପଟେଲ ସମାଜ ଦ୍ୱାରା ଏହି ଡାକ୍ତରଖାନା ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ହେଉଛି କଚ ଜିଲ୍ଲାର ପ୍ରଥମ ଚାରିଟେବୁଲ୍ ସୁପର ସ୍ପେସିଆଲିଟି ହସ୍ପିଟାଲ୍ । ଏଠାରେ 200 ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏହି ହସ୍ପିଟାଲ ଲୋକଙ୍କୁ ସୁପର ସ୍ପେସିଆଲିଟି ସେବା ଯୋଗାଇଦେବ । ଇଣ୍ଟରଭେନସନାଲ କାର୍ଡିଓଲୋଜି , କାର୍ଡିଓଥୋରାସିକ୍ ସର୍ଜରୀ, ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ନିୟୁକ୍ଲିୟର ମେଡିସିନ, ନ୍ୟୁରୋ ସର୍ଜରୀ, ଜଏଣ୍ଟ ରିପ୍ଲେସମେଣ୍ଟ, ଲାବ୍ରୋଟୋରୀ ଏବଂ ରେଡିଓଲୋଜିର ଏଠାରେ ସୁବିଧା ରହିଛି । ଏହି ସବୁ ସେବା ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇଦେବାକୁ ପିଏଓ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.