ETV Bharat / bharat

ଆଜି ସର୍ଦ୍ଦାର ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି ଅହମ୍ମଦାବାଦର ସର୍ଦ୍ଦାର ଭବନକୁ ଉଦଘାଟନ କରିବା ସହ ସର୍ଦ୍ଦାରଧାମର ଦ୍ବିତୀୟ କନ୍ୟା ଛାତ୍ରାଲୟ ବା ବାଳିକା ହଷ୍ଟେଲର ମଧ୍ୟ ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

author img

By

Published : Sep 11, 2021, 8:14 AM IST

Updated : Sep 11, 2021, 12:09 PM IST

ଆଜି ଅହମ୍ମଦାବାଦର ସର୍ଦ୍ଦାର ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରେ ସର୍ଦ୍ଦାରଧାମ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥି ସହ ସର୍ଦ୍ଦାରଧାମର ଦ୍ବିତୀୟ କନ୍ୟା ଛାତ୍ରାଳୟ ବା ବାଳିକା ହଷ୍ଟେଲର ଭୂମି ପୂଜନ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେସିଂ ଯୋଗେ ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସର୍ଦ୍ଦାରଧାମରେ ଶିକ୍ଷା ତଥା ସାମାମଜିକ ପରିବର୍ତ୍ତନ, ସମାଜରେ ବସବାସ କରୁଥିବା ଦୁର୍ବଳ ବର୍ଗର ଉନ୍ନତି, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ଦିଗରେ କାର୍ଯ୍ୟକରେ ।

ସେହିପରି ଏଠାରେ ଛାତ୍ରମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିଛି। ଏଠାରେ ୨ହଜାର ବାଳିକାଙ୍କ ପାଇଁ ମଧ୍ୟ ଏକ କନ୍ୟା ଛାତ୍ରାଳୟର ସୁବିଧା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଉପସ୍ଥିତ ରହିବେ।

@ANI

Last Updated : Sep 11, 2021, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.