ETV Bharat / bharat

ଆଜି କୁଶିନଗର ଯିବେ ମୋଦି, ଉଦଘାଟନ କରିବେ ଅନ୍ତର୍ଜାତୀୟ ବିମାନବନ୍ଦର

author img

By

Published : Oct 19, 2021, 8:59 AM IST

Updated : Oct 20, 2021, 8:55 AM IST

ଆଜି ଉତ୍ତରପ୍ରଦେଶ କୁଶିନଗରରେ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ ପିଏମ ମୋଦି । ଅଧିକ ପଢନ୍ତୁ...

ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ: କୁଶିନଗର ଇଣ୍ଟର ନ୍ୟାସନାଲ ଏୟୋରପୋର୍ଟ ଉଦଘାଟନ କରିବେ ପିଏମ

ଲକ୍ଷ୍ନୌ: ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ କୁଶିନଗର ଗସ୍ତ କରିବେ । ଏହି ଗସ୍ତ ଅବସରରେ ମୋଦି ଜିଲ୍ଲାକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭେଟି ଦେବେ । ଆଜି ପିଏମ କୁଶିନଗରରେ ଇଣ୍ଚରନ୍ୟାସନାଲ ଏୟାରପୋର୍ଟ ଉଦଘାଟନ କରିବେ । ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ । ଏହି ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ବାରା ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ସୁଦୃଢ ହୋଇପାରିବ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ଆଜି ମୋଦି କୁଶିନଗରରେ ଏୟାରପୋର୍ଟ ଉଦଘାଟନ କରିବା ପରେ ମହାପରିନିର୍ବାଣ ମନ୍ଦିର ପରିଦର୍ଶନ କରିବେ ଏବଂ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ଜିଲ୍ଲାକୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ଥିବା ମଧ୍ୟ କୁହଯାଇଛି । ଉଲ୍ଲେଖଯୋଗ୍ୟ, କୁଶିନଗର ବୌଦ୍ଧ ସର୍କିଟ ପରିସରରେ ଆସୁଛି । ଏହି ସର୍କିଟରେ ଗୌତମ ବୁଦ୍ଧଙ୍କ ପବିତ୍ର ଜନ୍ମସ୍ଥଳ ନେପାଳର ଲୁମ୍ବିନୀରୁ ଆରମ୍ଭ କରି ବିହାର ବୌଦ୍ଧ ଗୟା ଯାଏଁ ଅନ୍ତର୍ଭୁକ୍ତ ରହିଛି ।

କୁଶିନଗର ଜିଲ୍ଲାରେ ତିନୋଟି ପ୍ରମୁଖ ବୌଦ୍ଧସ୍ଥଳୀ ଅଛି । ବୁଦ୍ଧଙ୍କ ପରିନିର୍ବାଣ ମନ୍ଦିର ରହିଛି ଏବଂ ଏହା ପଛକୁ ଏକ ସ୍ତୁପ ମଧ୍ୟ ଅଛି, ଯାହାକୁ ପରିନିର୍ବାଣ ସ୍ତୁପ କୁହାଯାଉଛି । ରାମାଭାର ସ୍ତୁପ ଏବଂ ମାଥାକୁମ୍ବର ମନ୍ଦିର ମଧ୍ୟ ବୌଦ୍ଧ ଆସ୍ଥାର କେନ୍ଦ୍ରସ୍ଥଳୀ ଅଟେ । ଏହାବ୍ୟତୀତ ଏଠାରେ ଚୀନୀ ମନ୍ଦିର, ବୁଦ୍ଧ ମନ୍ଦିର, ଜାପାନୀ ମନ୍ଦିର ଭଳି ସ୍ଥଳ ରହିଛି ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । କୁଶିନଗରରେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ହେଲେ ଦେଶବିଦେଶରୁ ବହୁସଂଖ୍ୟକ ବୌଦ୍ଧ ଧର୍ମାବଲମ୍ବୀ ଏଠାକୁ ଆସିବାରେ ସହଜ ହେବ ।

Last Updated : Oct 20, 2021, 8:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.