ETV Bharat / bharat

28ରେ କାନପୁର ମେଟ୍ରୋ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Dec 26, 2021, 7:47 PM IST

28ରେ ପୁଣି ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି । କାନପୁର ମେଟ୍ରୋ ପ୍ରକଳ୍ପର କରିବେ ଉଦଘାଟନ । IIT କାନପୁରର 54ତମ ସମ୍ମିଳନୀରେ ମଧ୍ୟ ହେବେ ସାମିଲ । ଅଧିକ ପଢନ୍ତୁ

28ରେ କାନପୁର ମେଟ୍ରୋ ଉଦଘାଟନ କରବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ 28 ତାରିଖରେ ପୁଣି ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ କାନପୁର ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟକ୍ଷମ ଅଂଶକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହାସହ ପ୍ରଧାନମନ୍ତ୍ରୀ ବିନା-ପାଙ୍କି ମଲ୍ଟିପ୍ରଡକ୍ଟ ପାଇପଲାଇନ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ । ପରେ IIT କାନପୁରରେ ଆୟୋଜିତ 54ତମ ସମ୍ମିଳନୀ ସମାରୋହରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ତାଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ କୁହାଯାଇଛି, ସହରାଞ୍ଚଳର ଗତିଶୀଳତାକୁ ସୁଦୃଢ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କର ଏକ ବଡ ଭିଜନ ରହିଛି । କାନପୁର ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ହୋଇଥିବା ଅଂଶର ଉଦଘାଟନ ଏହି ଦିଗରେ ଆଉ ଏକ ବଡ ପଦକ୍ଷେପ ଅଟେ । ଏହି ପ୍ରକଳ୍ପ ମୋଟ ୩୨ କିମି ବିଶିଷ୍ଟ ହୋଇଥିବାବେଳେ ଏବେ ସୁଦ୍ଧା ଆଇଆଇଟି କାନପୁରରୁ ମୋତିଜେଲ ପର୍ଯ୍ୟନ୍ତ ୯ କିମି ପ୍ରକଳ୍ପ ଶେଷ ହେବା ସହ ମେଟ୍ରୋ ଚଳାଚଳ ଯୋଗ୍ୟ ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ:-ଉତ୍ତର ପ୍ରଦେଶରେ BrahMos ଉତ୍ପାଦନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦି ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିବା ସହ ନିଜେ ମଧ୍ୟ IIT ମେଟ୍ରୋ ଷ୍ଟେସନରୁ ଗୀତା ନଗର ପର୍ଯ୍ୟନ୍ତ ମେଟ୍ରୋ ଯାତ୍ରା କରିବାର କାର୍ଯ୍ୟସୂଚୀ ମଧ୍ୟ ରହିଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୋଟ 11,000 କୋଟିରୁ ଅଧିକ ବ୍ୟୟ ବରାଦରେ ନିର୍ମାଣାଧୀନ କାନପୁରରେ ମେଟ୍ରୋ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ଦୈର୍ଘ୍ୟ 32 କିଲୋମିଟର ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୯ କିମି ଟ୍ରେନ ଚଳାଚଳ ଯୋଗ୍ୟ ହୋଇପାରିଛି । ସେହିପରି ଅନ୍ୟ ଏକ ପ୍ରକଳ୍ପ 356 କିମି ଲମ୍ବା ବିନା-ପଙ୍କି ମଲ୍ଟିପ୍ରୋଡକ୍ଟ ପାଇପଲାଇନ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.