ETV Bharat / bharat

Dayanand Saraswati Birth Anniversary: ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୋଦି - ମହର୍ଷି ଦୟାନନ୍ଦ ସରସ୍ୱତୀ

ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମଜୟନ୍ତୀ ସମାରୋହ । ଏଥିରେ ସାମିଲ ହୋଇ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Feb 12, 2023, 9:32 AM IST

ନୂଆଦିଲ୍ଲୀ: ଆଜି ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ । ଜୟନ୍ତୀ ସମାରୋହକୁ ଭବ୍ୟ ଆକାରରେ ଆୟୋଜନ କରାଯାଉଛି । ଏହି ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଦିଲ୍ଲୀରେ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦିନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ସମାବେଶକୁ ସମ୍ବୋଧିତ କରିବେ । କେନ୍ଦ୍ରମନ୍ତ୍ରୀ ଜିକେ ରେଡ୍ଡି ଏବଂ ଏମଓଏସ କଲଚର ଅର୍ଜୁନ ରାମ ମେଘଓ୍ବାଲ ଏବଂ ମୀନାକ୍ଷୀ ଲେଖୀ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ମହର୍ଷି ଦୟାନନ୍ଦ ସରସ୍ୱତୀ ଫେବୃଆରୀ ୧୨, ୧୮୨୪ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ସମାଜିକ ସଂସ୍କାରକ ଥିଲେ । ଯିଏକି ୧୮୭୫ ମସିହାରେ ସମାଜରୁ ଭେଦଭାବକୁ ଦୂର କରିବା ପାଇଁ ସେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ସମାଜ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସମାଜ ସଂସ୍କାରକ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବ ସରକାର ପ୍ରତିଶ୍ରୁତିବଦ୍ଧ । ବିଶେଷକରି ଯେଉଁମାନଙ୍କ ଦେଶ ପ୍ରତି ଅବଦାନ ଏପର୍ଯ୍ୟନ୍ତ ପାନ ଇଣ୍ଡିଆ ସ୍କେଲ ସ୍ତରରେ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ । ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ବୋଲି ଘୋଷଣା କରିବା ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ଏପରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସର୍ବଦା ଦୃଢ଼ ନେତୃତ୍ବ ପ୍ରଦାନ କରିଛନ୍ତି।

ସେହିପରି ଆଜି ରାଜସ୍ଥାନର ଡାଉସା ଠାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ହେବା ଫଳରେ ରାଜଧାନୀ ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ । ପୂର୍ବରୁ ଏହାର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ଲାଗୁଥିବାବେଳେ ବର୍ତ୍ତମାନ ମାତ୍ର ସାଢେ ତିନି ଘଣ୍ଟା ମଧ୍ୟରେ ଯାତ୍ରା ଶେଷ ହେବ । ୨୪୬ କିମି ରାସ୍ତା ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ସମଗ୍ର ଅଞ୍ଚଳରେ ଏକ ନୂତନ ଅର୍ଥନୈତିକ କରିଡର ନିର୍ମାଣ କରିବ ବୋଲି ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ନିର୍ମିତ ଏକ୍ସପ୍ରେସୱେର ଲମ୍ବ ୧୩୮୬ କିଲୋମିଟର ରହିଛି । ଯେଉଁଥିପାଇଁ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ୨୪ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା ମଧ୍ୟରେ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.