ETV Bharat / bharat

20 ରେ ଦିଲ୍ଲୀ-ମିରଟ ରାପିଡ ରେଲ ସିଷ୍ଟମର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 17, 2023, 6:43 AM IST

20 ରେ ଦିଲ୍ଲୀ-ମିରଟ ରାପିଡ ରେଲ ସିଷ୍ଟମର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ 17 କି.ମିରେ ଗଡିବ ଅତ୍ୟାଧୁନିକ ଟ୍ରେନ । ରହିବ 5 ଟି ଷ୍ଟପେଜ । 2025 ସୁଦ୍ଧା ପୁରା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ । ଅଧିକ ପଢନ୍ତୁ

20 ରେ ଦିଲ୍ଲୀ-ମିରଟ ରାପିଡ ରେଲ ସିଷ୍ଟମର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ+
20 ରେ ଦିଲ୍ଲୀ-ମିରଟ ରାପିଡ ରେଲ ସିଷ୍ଟମର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ଦ୍ରୁତ ରେଳ ସେବା ଦିଲ୍ଲୀ-ମିରଟ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS)ର ପ୍ରଥମ ପର୍ଯ୍ୟାୟକୁ ଚଳିତ 20 ତାରିଖରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ଦିଲ୍ଲୀ-ଗାଜିଆବାଦ-ମିରଟ କରିଡରରେ 17 କି.ମି ମଧ୍ୟରେ ଏହି ସେବା ଆରମ୍ଭ ହେବ । ତେବେ ଏହି ରେଳପଥରେ ମେଟ୍ରୋ ପରି ଦ୍ରୁତ ତଥା ଆରାମଦାୟକ ରେଳ ପରି ସେବା ମିଳିବ । ଯାହା ସାଧାରଣ ରେଳ ସେବା ପରିବର୍ତ୍ତେ ଅଧିକ ଦୃତତ୍ତର ହେବାକୁ ଯାଉଛି ।

ଏବେ ପ୍ରଥମ ପର୍ଯ୍ୟାୟରେ ସାହିବାବାଦରୁ ଦୁହି ପର୍ଯ୍ୟନ୍ତ ପ୍ରାୟ 17 କିଲୋମିଟର ଲମ୍ବା ରୁଟ୍‌ରେ ଏହି ଦ୍ରୁତ ରେଳ ସେବା ଆରମ୍ଭ ହେବାକୁ ଯାଉଛି । ଏହି ରୁଟ୍‌ ମଧ୍ୟରେ 5ଟି ଷ୍ଟେସନରେ ରହିଛି । ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହି ଓ ଦୁହି ଟର୍ମିନାଲରେ ଟ୍ରେନ୍‌ ରହଣି ହେବ । ଦିଲ୍ଲୀ-ମିରଟ୍ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (ଆରଆରଟିଏସ୍) ପ୍ରକଳ୍ପର ମୋଟ ଲମ୍ବ 82 କିଲୋମିଟର ରହିଛି । ଯାହାକୁ 2025 ସୁଦ୍ଧା ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

2019 ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଦିଲ୍ଲୀ-ଗାଜିଆବାଦ-ମିରଟ ରାପିଡ ରେଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପରେ ଦ୍ରୁତତମ ରେଳସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ରୁଟରେ ବସଷ୍ଟାଣ୍ଡ, ମେଟ୍ରୋ ଷ୍ଟେସନ ଓ ଏୟାରପୋର୍ଟକୁ ସଂଯୋଗୀକରଣ କରାଯାଇ ଏକ ଉନ୍ନତ ଯୋଗାଯୋଗ ପ୍ରଣାଳୀ ବିସ୍ତାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜଧାନୀ ଓ ଏନସିଆରରେ ଟ୍ରାଫିକ ମୁକ୍ତ ତଥା ସମୟ ସଞ୍ଚିତ ଭାବେ ଯୋଗାଯୋଗ ସେବାକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ପୋଲିସ ଲ୍ୟାଣ୍ଡ ହଡପ କରିଥିଲେ ଅଜିତ ! ପୂର୍ବତନ ପୁଣେ ପୋଲିସ କମିଶନର ନିଜ ପୁସ୍ତକରେ ଆଣିଲେ ସଙ୍ଗୀନ ଅଭିଯୋଗ

ତେବେ ଏହି ରୁଟ୍‌ରେ ଚଳାଚଳ କରିବାକୁ ଥିବା ଟ୍ରେନ୍‌ଗୁଡିକ ମେଟ୍ରୋ ସଦୃଶ ହୋଇଥିଲେ ସୁଦ୍ଧା ଏଥିରେ ଦୀର୍ଘକାଳୀନ ଯାତ୍ରା ପାଇଁ ଲଗେଜ କ୍ୟାରିୟର ଓ ଅନ୍ୟ ସୁବିଧା ରହିବ । ସେହିପରି ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟାପ୍ରତି 160 ରୁ 180 କି.ମି ପାଇଁ ରହିପାରିବ । ଏହି ଅତ୍ୟାଧୁନିକ ଟ୍ରେନଗୁଡିକରେ 6ଟି କୋଚ ରହିବ । ଏହାକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ଗୁଜୁରାଟରେ ନିର୍ମାଣ କରାଯାଇଛି । ତେବେ ଏହାର ଭଡା ଏବେ ପର୍ଯ୍ୟନ୍ତ ସ୍ଥିର ହୋଇନଥିବା ବେଳେ ଖର୍ଚ୍ଚ ଓ ଭିତ୍ତିଭୂମି ଦୃଷ୍ଟିରୁ ଏହା ପ୍ରାୟ କିମି ପିଛା ଦିଲ୍ଲୀ ମେଟ୍ରୋ ଭଡା ସହ ସମାନ କିମ୍ବା ସାମାନ୍ୟ ପୃଥକ ହୋଇପାରେ ବୋଲି ଆଶା କରାଯାଉଛି । ଏବେ ପ୍ରଥମ ପର୍ଯ୍ୟାୟରେ 17 କିମିରେ ଏହି ସେବାକୁ ଆରମ୍ଭ କରାଯାଉଥିବା ବେଳେ 2025 ମଧ୍ୟରେ ପୁରା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରି ରାଜଧାନୀରେ ଏକ ଅତ୍ୟାଧୁନିକ ଯୋଗାଯୋଗ ଭିତ୍ତିଭୂମି ସୃଷ୍ଟି କରିବାକୁ ଲକ୍ଷ୍ଯ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.