ETV Bharat / bharat

Aero India 2023: ଆଜି ବେଙ୍ଗାଲୁରୁରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ଏରୋ ଇଣ୍ଡିଆ ୨୦୨୩

ଆଜି ବେଙ୍ଗାଲୁରୁର ୟେଲେହଙ୍କାରେ ଏରୋ ଇଣ୍ଡିଆ ୨୦୨୩ର ୧୪ତମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Aero India 2023
Aero India 2023
author img

By

Published : Feb 12, 2023, 3:28 PM IST

Updated : Feb 13, 2023, 9:58 AM IST

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଙ୍ଗାଲୁରୁର ୟେଲେହଙ୍କାରେ ଏସିଆର ସବୁଠାରୁ ବଡ ଶୋ ଏରୋ ଇଣ୍ଡିଆ ୨୦୨୩ର ୧୪ତମ ସଂସ୍କରଣକୁ ଉଦଘାଟନ କରିବେ । ଏନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ଏହା ୫ଦିନ ଧରି ୟେଲେହଙ୍କାରେ ଆୟୋଜନ କରାଯିବ ।

ତେବେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ଥିବା ଏରୋ ଇଣ୍ଡିଆ ୨୦୨୩ର ଥିମ ରହିଛି ରନଓ୍ବେ ଟୁ ଏ ବିଲିୟନ ଅପରଚୁନେଟିସ(ବିଲିୟନ ସୁଯୋଗ ଆଡକୁ ଉଡାଣ)। ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ବିଦେଶୀ କମ୍ପାନୀ ସହ ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । ଏହି କାର୍ଯ୍ୟକ୍ରମରେ ଦେଶର ଅଗ୍ରଗତି, ୟୁଏଭି କ୍ଷେତ୍ରର ଅଭିବୃଦ୍ଧି, ପ୍ରତିରକ୍ଷା କ୍ଷେତ୍ର ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ପ୍ରଦର୍ଶିତ କରିବ ।

ଏହାସହ ଲାଇଟ୍ କମ୍ୱାଟ୍‌ ଏୟାରକ୍ରାଫ୍ଟ(ଏଲସିଏ)-ତେଜସ, ଏଚଟିଟି-୪୦, ଡୋନିୟର ଲାଇଟ ୟୁଟିଲିଟି ହେଲିକପ୍ଟର(ଏଲୟୁଏଚ) ଏବଂ ଆଡଭାନ୍ସ ଲାଇଟ ହେଲିକପ୍ଟର ପରି ସ୍ବଦେଶୀ ବିମାନ ରପ୍ତାନୀ କ୍ଷେତ୍ରରେ ପ୍ରୋତ୍ସାହିତ କରିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, "ଏହି କାର୍ଯ୍ୟକ୍ରମ ଘରୋଇ MSME ଏବଂ ବିଶ୍ବ ଶୃଙ୍ଖଳାରେ ଷ୍ଟାର୍ଟଅପମାନଙ୍କୁ ସହ-ବିକାଶ ତଥା ସହ-ଉତ୍ପାଦନରେ ବେଦେଶୀ ପୁଞ୍ଜି ନିବେଶ କରିବା ପାଇଁ ଆକର୍ଷିତ କରିବ ।"

ଏହା ମଧ୍ୟ ପଢନ୍ତୁ: ଏରୋ ଇଣ୍ଡିଆ 2021: ଆକାଶରେ ଆତ୍ମନିର୍ଭର ଭାରତର ଝଲକ

କାର୍ଯ୍ୟକ୍ରମରେ ୩୦ଦେଶର ମନ୍ତ୍ରୀ ହେବେ ସାମିଲ: ଏରୋ ଇଣ୍ଡିଆ ୨୦୨୩ରେ ୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ । ପ୍ରାୟ ୩୦ଦେଶର ମନ୍ତ୍ରୀ ଏବଂ ଭାରତୀୟ ଓଇମର ୬୫ ସିଇଓ ଏହି ଏରୋ ଇଣ୍ଡିଆରେ ଅଂଶଗ୍ରହଣ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାସହ ଏହି କାର୍ଯ୍ୟକ୍ରମରେ ପ୍ରାୟ 100 ବିଦେଶୀ ଏବଂ 700 ଭାରତୀୟ କମ୍ପାନୀ ସମେତ 800ରୁ ଅଧିକ ପ୍ରତିରକ୍ଷା କମ୍ପାନୀ ଅଂଶଗ୍ରହଣ କରିବେ ।

ଅନେକ ଭାରତୀୟ କମ୍ପାନୀ ସାମିଲ ହେବେ: ଭାରତୀୟ କମ୍ପାନୀ MSME ଏବଂ ଷ୍ଟାର୍ଟଅପ ସମେତ ଅନେକ କମ୍ପାନୀ ଏଥରେ ଅଶଂଗ୍ରଣ କରିବେ । ଏହାସହ ସମସ୍ତ ଟେକ୍ନୋଲୋଜିର ଅଗ୍ରଗତି, ଏରୋସ୍ପେସରେ ଅଭିବୃଦ୍ଧି ଏବଂ ଦେଶର ପ୍ରତିରକ୍ଷା କ୍ଷମତା ପ୍ରଦର୍ଶନ କରବେ । ଏରୋ ଇଣ୍ଡିଆ 2023ରେ ବିଶିଷ୍ଟ ପ୍ରଦର୍ଶକମାନେ ଏୟାରବସ୍, ବୋଇଂ, ଡାସଲ୍ଟ ଆଭିଏସନ୍, ଲକ୍ହିଡ୍ ମାର୍ଟିନ୍, ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି, ବ୍ରାହ୍ମୋସ୍ ଏରୋସ୍ପେସ୍, ଆର୍ମି ଆଭିଏସନ୍, ଏଚ୍ସି ରୋବୋଟିକ୍ସ, SAAB, ସଫ୍ରାନ୍, ରୋଲ୍ସ ରୋଏସ୍, ଲାରସେନ୍ ଆଣ୍ଡ୍‌ ଟୁର୍ବୋ, ଭାରତ ଫୋରଜ୍ ଲିମିଟେଡ୍, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ଏଚଏଏଲ), ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍(ବିଇଏଲ), ଭାରତ ଡାଇନାମିକ୍ସ ଲିମିଟେଡ୍(ବିଡିଏଲ୍) ଏବଂ ବିଏମ୍ଏଲ୍ ଲିମିଟେଡ୍ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ: Dayanand Saraswati Birth Anniversary: ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୋଦି

ପ୍ରକାଶଥାଉକି, ବେଙ୍ଗାଲୁରୁ ୟେଲହଙ୍କା ବିମାନବନ୍ଦରରେ ଆୟୋଜିତ ହେବ ଏରୋ ଇଣ୍ଡିଆ ଶୋ' । ପ୍ରତି ଦୁଇବର୍ଷରେ ଏହି ଶୋ' ଆୟୋଜିତ ହୋଇଥାଏ । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମଜଭୁତ କରିବା ଏବଂ ଦେଶରେ ନିର୍ମିତ ଯୁଦ୍ଧାସ୍ତ୍ର ପ୍ରତି ଅନ୍ୟ ଦେଶକୁ ଆକର୍ଷିକ କରିବା ଲକ୍ଷ୍ୟରେ ଏହି ଶୋ ଆୟୋଜିତ ହୋଇଥିଲା ।

ଏଥିରେ ଭାରତ ସମେତ 55ଟି ଦେଶ ଭାଗ ନେଇଥିଲେ । ବେଙ୍ଗାଲୁରୁ ୟେଲହଙ୍କା ବିମାନବନ୍ଦରରେ ଆୟୋଜିତ ଏରୋ ଇଣ୍ଡିଆ ସୋ ରୋମାଞ୍ଚକର ହେବ । ଆତ୍ମନିର୍ଭର ଫର୍ମେସନ ଫାଇଟର ପ୍ରଦର୍ଶନ ଦେଶର ପ୍ରତିରକ୍ଷା ଟେକ୍ନୋଲୋଜୀ ଦୃଷ୍ଟିରୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ, ଯାହା କି ଆଗାମୀ ଦିନରେ ଭାରତର ବାୟୁସେନାର ଶକ୍ତିକୁ ଆହୁରି ସୁଦୃଢ କରିବ ।

Last Updated : Feb 13, 2023, 9:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.