ETV Bharat / bharat

UP Assembly Election: ଆଜି ବାରାଣାସୀରେ ରୋଡ ସୋ କରିବେ ମୋଦି

author img

By

Published : Mar 4, 2022, 9:45 AM IST

ଆଜି ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀ ଗସ୍ତରେ ଯିବେ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରାଣାସୀରେ ରୋଡ ସୋ କରିବେ ମୋଦି। ଅଧିକ ପଢ଼ନ୍ତୁ

pm modi to hold roadshow in varanasi today
UP Assembly Election: ଆଜି ବାରାଣାସୀରେ ରୋଡ ସୋ କରିବେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀ ଗସ୍ତରେ ଯିବେ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରାଣାସୀରେ ରୋଡ ସୋ କରିବେ ମୋଦି। ବାରାଣାସୀର ମଲଦହିୟା ଠାରୁ ଆରମ୍ଭ କରି ଗୋଡୌଲିଆ ପର୍ଯ୍ୟନ୍ତ ଏହି ରୋଡ ସୋ ହେବ।

ଆସନ୍ତା 7 ତାରିଖରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଏହି ପରିପ୍ରେକ୍ଷୀରେ ଆଉ ଦୁଇ ଦିନ ହିଁ ପ୍ରଚାର କରିପାରିବେ ପ୍ରାର୍ଥୀ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଆଜି ବାରାଣାସୀ ଗସ୍ତରେ ଆଜି ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି। ବାରାଣାସୀର ତିନି ବିଧାନସଭା ନିର୍ବାଚନ ମଣ୍ଡଳୀ ମଲଦହିୟାଠାରୁ ଆରମ୍ଭ କରି ଗୋଡୌଲିଆ ପର୍ଯ୍ୟନ୍ତ ଏହି ରୋଡ ସୋ ହେବ। ମଲଦହିୟାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନିଜ ରୋଡ ସୋ ଆରମ୍ଭ କରିବେ।

ତେବେ ଏହି ଦୁଇଦିନ ମୋଦି ବାରାଣାସୀରେ ରହିବାର ସୂଚନା ରହିଛି। ଆସନ୍ତାକାଲି (ଶନିବାର) ମୋଦି ଖଜୁରିଆରେ ଏକ ଜନସଭାକୁ ସମ୍ବୋଧିତ କରିବାର ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଜନସଭାରେ ସମସ୍ତ ବିଜେପି କର୍ମୀଙ୍କ ସହ ନିର୍ବାଚନ ମଣ୍ଡଳୀର ଅନେତ ଗ୍ରାମବାସୀ ମଧ୍ୟ ସାମିଲ ରହିବେ। ପ୍ରଧାନମନ୍ତ୍ରୀଙ୍କ ରୋଡ ସୋକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ରହିଥିବା କାଶୀର ବିଜେପି ସଭାପତି ମହେଶ ଚନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ନେଇ ବିଜେପି ପକ୍ଷରୁ ଜୋରସୋର ବ୍ୟବସ୍ଥା କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.