ETV Bharat / bharat

Goa Assembly Polls: ଆଜି ଗୋଆରେ ପ୍ରଧାନମନ୍ତ୍ରୀଙ୍କ ମେଗା ରାଲି

ଆଜି ଗୋଆର ମାପୁସା ଠାରେ ଏକ ବିଶାଳ ସମାବେଶ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Goa Assembly Polls: ଆଜି ଗୋଆରେ ରାଲି କରିବେ ପ୍ରଧାନମନ୍ତ୍ରୀ

author img

By

Published : Feb 10, 2022, 7:43 AM IST

ପାନାଜୀ: ପାଖେଇ ଆସୁଛି ଗୋଆ ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଯେତିକି ଯେତିକି ପାଖଉଛି ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ପ୍ରଚାର ମଇଦାନ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଗୋଆରେ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଆର ମାପୁସା ଠାରେ ଏକ ବିଶାଳ ସମାବେଶ କରିବା ନେଇ ରାଜ୍ୟ ବିଜେପି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ।

ଗୋଆରେ ପ୍ରଚାର ସରିବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋଡଗେଶ୍ୱର ମୈଦାନରେ ଅପରାହ୍ନ 5ଟାରେ ଏକ ମେଗା ରାଲିକୁ ସମ୍ବୋଧିତ କରିବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ମାପୁସାରେ ବିରାଟ ଆୟୋଜନ ହୋଇଛି । ଏହାସହ ଲୋକଙ୍କୁ ଆକୃଷ୍ଟ କରିବାକୁ ଏକ ପେଣ୍ଡାଲକୁ ସୁନ୍ଦର ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି । କୋରୋନା କଟକଣା ମଧ୍ୟରେ ଏହି ସବୁ ବ୍ୟବସ୍ଥା କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଆସନ୍ତା ଫେବୃଆରୀରେ ୧୪ରେ ଗୋଆରେ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ପଡିବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ । ସୂଚନା ଥାଉକି, ମାର୍ଚ୍ଚ ୨୦୧୭ରରେ ଭାରତୀୟ ଜନତା ପାର୍ଟି ୧୩ଟି ସିଟ୍ ହାତେଇଥିବା ବେଳେ କଂଗ୍ରେସ ୧୭ଟି ଜିତିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.