ନୂଆଦିଲ୍ଲୀ: ଅଦଳବଦଳ ପରେ ଆସନ୍ତା ସପ୍ତାହରେ ବସିବାକୁ ଯାଉଛି କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକ । ପର୍ଯ୍ୟାୟ କ୍ରମେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏହି ବୈଠକରେ କେନ୍ଦ୍ର ସରକାରର ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟପନ୍ଥା ସମ୍ପର୍କରେ ଖସଡା ପ୍ରସ୍ତୁତ ହେବାର ସୂଚନା ରହିଛି । ଅଗଷ୍ଟ ୧୦ରୁ ଏହି ବୈଠକର ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇପାରେ ।କ୍ୟାବିନେଟ ଅଦଳବଦଳ ହେବା ପରେ ଏହା ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକ ।
ଜଣେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ମନ୍ତ୍ରୀମାନଙ୍କୁ ସେମାନଙ୍କ ମନ୍ତ୍ରଣାଳୟର ଆଗାମୀ କାର୍ଯ୍ୟପନ୍ଥା ଖସଡା ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ବୈଠକରେ ସାମିଲ ହେବାକୁ କୁହାଯାଇଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ସଂସଦରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଲ୍ ଆଣିବା ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଯୋଜନା କେନ୍ଦ୍ର ସରକାର । ସେହିପରି ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସରକାର କାର୍ଯ୍ୟପନ୍ଥା ନେଇ ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ ଦେବାକୁ କୁହାଯାଇଛି ।
କୋରୋନା କାଳରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇବା ପାଇଁ ଆତ୍ମନିର୍ଭର ଭାରତକୁ ଗତିଶୀଳ କରାଇବା ସହ କୋଭିଡ ମହାମାରୀ ବିରୋଧୀ ଲଢେଇ ଉପରେ ସରକାର ପ୍ରାଥମିକତା ଭିତ୍ତିରେ କିଛି ପଦକ୍ଷେପ ଗ୍ରହଣ କରିପାରନ୍ତି ସରକାର । ସେହିପରି ଆସନ୍ତା ୩ ବର୍ଷ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟକୁ ଫୋକସରେ ରଖି କିଛି ନିଷ୍ପତ୍ତି ମଧ୍ୟ ନିଆଯାଇପାରେ ।
@ANI