ନୂଆଦିଲ୍ଲୀ: ସଙ୍କଟ ମଧ୍ୟରେ ସହାୟତା ପାଇଁ ବାରମ୍ବାର ନିବେଦନ କରୁଛି ୟୁକ୍ରେନ । ଏହାରି ମଧ୍ୟରେ କ୍ରମାଗତ ୪ର୍ଥ ଦିନରେ ପହଞ୍ଚିଛି ଋଷର ଆକ୍ରମଣ । ଆଜି ଋଷ ସେନା ୟୁକ୍ରେନର ଅନ୍ୟତମ ବଡ ସହର କାର୍ଖିବକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛି । ଆଜି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ଆଉ କିଛି ସମୟ ପରେ ଏହି ବୈଠକ ଅନୁଷ୍ଠିତ ହେବାର ସୂଚନା ରହିଛି ।
ତେବେ ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ କଥା ହୋଇଥିବାବେଳେ ୟୁକ୍ରେନକୁ ରାଜନୈତିକ ସମର୍ଥନ ଦେବାକୁ ନିବେଦନ କରିଥିଲେ । ତେବେ ଭାରତ ବର୍ତ୍ତମାନ ସୁଦ୍ଧା କୌଣସି ପକ୍ଷଭୁକ୍ତ ହୋଇନଥିବା ବେଳେ କେବଳ ଶାନ୍ତିପୂର୍ଣ୍ଣ ମାଧ୍ୟମ ଆପଣାଇବାକୁ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇ ଆସିଛି ।
ତେବେ ଜାତିସଂଘରେ ଋଷରେ ବିରୋଧରେ ଭୋଟ ଦେବାକୁ ଭାରତ ମନା କରିଥିଲା । ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ କଣ ଆଭିମୁଖ୍ୟ ସ୍ଥିର କରାଯାଉଛି ତାକୁ ସମସ୍ତଙ୍କ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ