ETV Bharat / bharat

G20 summit: 3 ଦିନରେ 15 ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ - ଜି20 ସମ୍ମିିଳନୀ

ଜି20 ସମ୍ମିଳନୀରେ ବିଶ୍ବନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା ସିଡ୍ୟୁଲ ପ୍ୟାକ ରହିଛି । 3 ଦିନରେ 15 ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

15 ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
G20 summit
author img

By ETV Bharat Odisha Team

Published : Sep 8, 2023, 1:30 PM IST

ନୂଆଦିଲ୍ଲୀ: ଆସନ୍ତାକାଲିଠୁ (ଶନିବାର) ଜାତୀୟ ରାଜଧାନୀ ଦିଲ୍ଲୀରେ ଦୁଇଦିନ ଧରି ଜି20 ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଭାରତରେ କିଛି ବିଶ୍ବ ନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ସାରିଥିବା ବେଳେ କିଛି ଭାରତ ଅଭିମୁଖେ ବାହାରି ସାରିଛନ୍ତି । ଆସନ୍ତା ସେପ୍ଟେମ୍ବର 9 ତାରିଖ ଓ 10 ତାରିଖରେ 15 ବିଶ୍ବନେତାଙ୍କୁ ନେଇ ଜି20 ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଦୁଇ ଦିନରେ ଅନେକ ବିଶ୍ବନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ବିପାକ୍ଷିକ ଆଲୋଚନା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । 2 ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15ଜଣ ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜିଠୁ ଏହି ବୈଠକ ଆରମ୍ଭ ହେବ ।

  • Prime Minister Narendra Modi to hold more than 15 bilateral meetings with world leaders. On 8th September, PM will hold bilateral meetings with leaders of Mauritius, Bangladesh and USA. On 9th September, in addition to the G20 meetings, PM will hold bilateral meetings with the… pic.twitter.com/OAGVTBjTyx

    — ANI (@ANI) September 8, 2023 " class="align-text-top noRightClick twitterSection" data=" ">

ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା: ଜି20 ସମ୍ମିଳନୀ ଅବସରରେ 15ରୁ ଉର୍ଦ୍ଧ୍ବ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆଜିଠୁ ବିଶ୍ବନେତାଙ୍କ ସହ ବୈଠକ ଆରମ୍ଭ ହେବ । ଆଜି ପ୍ରଧାନମନ୍ତ୍ରୀ ମୋଦି ମରିସସ, ବାଂଲାଦେଶ ଓ ଆମେରିକୀୟ ନେତାଙ୍କ ସହ ଆଲୋଚନା କରିବେ । ପୂର୍ବରୁ ଆଜି କେବଳ ମୋଦି ବାଇଡେନ ଦ୍ବିପାକ୍ଷିକ ଆଲୋଚନା ହେବାର ଥିଲା ମାତ୍ର ଏହା ସହିତ ବାଂଲାଦେଶ ଓ ମରିସସ ବିଶ୍ବନେତା ସାମିଲ ହୋଇଛନ୍ତି । ଆସନ୍ତାକାଲି (ଶନିବାର) ଜି20 ସମ୍ମିଳନୀ ପ୍ରଥମ ଦିନରେ ୟୁକେ, ଜାପାନ, ଜର୍ମାନୀ, ଇଟାଲୀ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । 10 ତାରିଖରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ବୈଠକ । ଏହାବାଦ କାନାଡା, ୟୁଏଇ, ତୁର୍କୀ, ଦକ୍ଷିଣ କୋରିଆ, ନିଗରିଆ, ବ୍ରାଜିଲ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି । ବୈଠକରେ ବିଶେଷ କରି ଜଳବାୟୁ ପରିବର୍ତ୍ତନ, ବିଶ୍ବସ୍ତରୀୟ ସମସ୍ୟା, ସୁରକ୍ଷା, ପ୍ରଯୁକ୍ତି ଭଳି ପ୍ରସଙ୍ଗ ଉପରେ ଗୁରୁତ୍ବ ଦିଆଯିବ ।

ଏହା ବି ପଢନ୍ତୁ...G20 summit: ଆଜି ପହଞ୍ଚିବେ ବାଇଡେନ-ସୁନକ, ସ୍ବାଗତ ପାଇଁ ସଜେଇ ହୋଇଛି ଦିଲ୍ଲୀ

ଏହା ବି ପଢନ୍ତୁ...G20 Summit: ଦିଲ୍ଲୀରେ ପହଞ୍ଚିଲେ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ

ଏହା ବି ପଢନ୍ତୁ...G20 summit: ଡାଇଖାଇ ଗୀତରେ ଅଣ୍ଟା ହଲାଇ ନାଚିଲେ IMF MD

ରାତି ପାହିଲେ ଦିଲ୍ଲୀରେ ଦୁଇଦିନିଆ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ସାମିଲ ହେବାକୁ ବିଶ୍ବନେତାମାନେ ଦିଲ୍ଲୀରେ ପହଞ୍ଚିଲେଣି । ବିଦେଶୀ ଅତିଥିମାନଙ୍କ ସୁଗମ ଯାତାୟତ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶ୍ବନେତାମାନଙ୍କ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲାନୀ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଆଜି ଅପରାହ୍ନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତୀ ଋଷି ସୁନକ ପହଞ୍ଚିବେ ।

For All Latest Updates

TAGGED:

G20 summit
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.