ETV Bharat / bharat

ଆଜି ଉତ୍ତର-ପୂର୍ବରୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ଉତ୍ତର ପୂର୍ବରୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ଆଜି ଉତ୍ତର-ପୂର୍ବରୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଜଲପାଇଗୁଡି- ଗୌହାଟୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଭର୍ଚ୍ଚୁଆଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆସନ୍ତାକାଲି ଉତ୍ତର-ପୂର୍ବରୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : May 28, 2023, 10:55 PM IST

Updated : May 29, 2023, 7:31 AM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି(ସୋମବାର) ଆସାମ ରାଜଧାନୀ ଗୌହାଟୀକୁ ପ୍ରଥମ ବନ୍ଦ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟାହ୍ନ ପ୍ରାୟ 12ଟା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ । ଏହି ଟ୍ରେନ ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡିରୁ ଆସାମ ରାଜଧାନୀ ଗୌହାଟିକୁ ସଂଯୋଗ କରିବ । ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କୁ ଆରାମ ଓ ସମୟ ସାପେକ୍ଷ ଯାତ୍ରା କରିବାର ମାଧ୍ୟମ ଯୋଗାଇବ । ଏହା ମଧ୍ୟ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ରାଜ୍ୟ ଆସାମରେ ପର୍ଯ୍ୟଟନକୁ ବୃଦ୍ଧି କରିବାର ସମ୍ଭାବନା ସୃଷ୍ଟି କରିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ।

ଗୌହାଟୀରୁ ନୂଆ ଜଲପାଇଗୁଡି ଯାତ୍ରା ଏବେ ପୂର୍ବାପେକ୍ଷା ଆହୁରି ସହଜ ହେବାକୁ ଯାଉଛି । ଏହି ଟ୍ରେନ୍ ଏହି ରୁଟ୍‌ରେ ଯାତାୟତ କରୁଥିବା ବର୍ତ୍ତମାନର ସର୍ବାଧିକ ଦ୍ରୁତତମ ଟ୍ରେନ୍ ତୁଳନାରେ ପ୍ରାୟ ଏକ ଘଣ୍ଟା କମ୍‌ ସମୟରେ ଯାତ୍ରା ଶେଷ କରିବ । ପଶ୍ଚିମବଙ୍ଗର ଜଲପାଇଗୁଡିରୁ ଆସାମ ରାଜଧାନୀ ଗୌହାଟିକୁ ପହଞ୍ଚିବା ପାଇଁ ଏହି ଦ୍ରୁତତମ ବନ୍ଦେ ଭାରତ ଏକ୍ସପ୍ରେସକୁ 5 ଘଣ୍ଟା 30 ମିନିଟ ସମୟ ଲାଗିବ । ଯାହାକି ଅନ୍ୟ ଟ୍ରେନ୍‌ରେ ଏବେ ଏହି ଯାତ୍ରା ଶେଷ ହେବା ପାଇଁ ସାଢେ 6 ଘଣ୍ଟାରୁ ଅଧିକ ସମୟ ଲାଗୁଛି । ଏହି ଟ୍ରେନ ଉତ୍ତର ପୂର୍ବରେ କେବଳ ରେଳ ସଂଯୋଗୀକରଣ ଓ ଯାତାୟତକୁ ସହଜ କରିବ ତାହା ନୁହେଁ ବରଂ ପର୍ଯ୍ୟଟନକୁ ମଧ୍ୟ ନୂଆ ସମ୍ଭାବନା ଯୋଗାଇବ ।

ଏହା ପଢନ୍ତୁ: ଓଡିଶାକୁ ମିଳିଲା ପ୍ରଥମ ବନ୍ଦେ ଭାରତ, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ-ହାଓ୍ବଡା ରୁଟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲି ଏହାର ଶୁଭାରମ୍ଭ କରିଥିଲେ । ଇଣ୍ଟିଗ୍ରେଟେଡ୍‌ କୋଚ ଫ୍ୟାକ୍ଟ୍ରି ଦ୍ବାରା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପୃଥକ ଇଞ୍ଜିନ ବିହୀନ ସେମି-ସ୍ପିଡ ଟ୍ରେନ ଏବେ ଦେଶର ବିଭିନ୍ନ ପ୍ରମୁଖ ସହରକୁ ସଂଯୋଗ କରୁଛି । ଆଗାମୀ ଦିନରେ ଏହି ଅତ୍ୟାଧୁନିକ ଟ୍ରେନକୁ ଅଧିକ ରୁଟରେ ଚଳାଇବା ସହ ପ୍ରାୟ ସମସ୍ତ ରାଜ୍ୟର ରାଜଧାନୀ ଓ ପ୍ରମୁଖ ସହରକୁ ଯୋଡିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ରେଳବାଇ । ଏହି ଟ୍ରେନକୁ ପ୍ରଥମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଆସିଛନ୍ତି । ଏବେ ଉତ୍ତର ପୂର୍ବ ରାଜ୍ୟ ଭାବେ ଆସାମ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2023, 7:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.