ETV Bharat / bharat

ମାଡିଲାଣି ମହାମାରୀ, ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 9, 2022, 1:33 PM IST

ଦେଶରେ ଦୈନିକ ସଂକ୍ରମଣ ଦେଢ ଲକ୍ଷ ପାର କରିଛି ଯାହା ଚିନ୍ତାର କାରଣ ପାଲଟିଛି । ଏନେଇ ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟା ୩୦ରେ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି (PM Modi to chair Covid-19 review meeting)। ଅଧିକ ପଢନ୍ତୁ

ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ
ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମାଡିଲାଣି ମହାମାରୀ। ପାଳି ପରେ ପାଳି କରି ଭୟ ସୃଷ୍ଟି କରିଛି କୋରୋନା । ଦେଶରେ ଦୈନିକ ସଂକ୍ରମଣ ଦେଢ ଲକ୍ଷ ପାର କରିଛି ଯାହା ଚିନ୍ତାର କାରଣ ପାଲଟିଛି । ଏନେଇ ଆଜି ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟା ୩୦ରେ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି (PM Modi to chair Covid-19 review meeting)।

କୋରୋନା ସହ ନୂଆ ଭାରିଏଣ୍ଟ ବି ଆତଙ୍କ ଖେଳାଇଛି । ଦ୍ରୁତ ଗତି ବୃ୍ଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ୨୭ଟି ରାଜ୍ୟରେ ମୋଟ ୩ ହଜାର ୬୨୩ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ମାମଲା ବଢଥିବାରୁ ସତର୍କତାର ଆବଶ୍ୟକ ରହିଛି । ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ଅଧିକାରୀମାନେ ସାମିଲ ହେବେ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ କହିବାଅନୁସାରେ ଗତ ୨୨୪ ଦିନରେ ଆଜିର ସଂକ୍ରମଣ ସର୍ବାଧିକ । ଗତବର୍ଷ ମେ ମାସରେ ୧ ଲକ୍ଷ ୬୫ ହଜାର ମାମଲା ଚିହ୍ନଟ ହୋଇଥିଲା । ଆଉ ଏବର୍ଷ ପ୍ରଥମ ଥର ପାଇଁ ଦେଢ ଲକ୍ଷ ପାର ହୋଇଛି ସଂକ୍ରମଣ ।

ଡିସେମ୍ବର ୨୯ରେ ମନ୍ତ୍ରୀ ପରିଷଦ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ । ଓମିକ୍ରନ ସଂକ୍ରମଣ ମାମଲା ବୃଦ୍ଧି ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହିପୂର୍ବରୁ ଡିସେମ୍ବର ୨୩ରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ କରିଥିଲେ । ସଜାଗତା ଏବଂ ସତର୍କତା ବଜାୟ ରଖିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.